ବଲାଙ୍ଗିର (୨୮/୧୧ ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ବେଲପଡା ପଂଚାୟତ ସମିତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଙ୍କ ସଭାପତିତ୍ୱ ରେ କଲେଜ ର ୪୩ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ଉଭୟ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଧନ୍ଦାମୂଳକ ବିଭାଗ ର ଶହ ଶହ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଏହି ଉତ୍ସବ ଦୁଇ ଦିନ ଧରି ଚାଲିବ । ପ୍ରାରମ୍ଭ ରେ ଇତିହାସ ବିଭାଗ ର ବରିଷ୍ଠ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ କ୍ରୀଡା ର ଗୋପନୀୟତା ଓ ଶପଥ ପାଠ କରାଇଥିଲେ । ପରେ ପରେ କ୍ରୀଡା ସଂସଦ ଉପଦେଷ୍ଟା ଡ଼କ୍ଟର ଗଙ୍ଗାଧର ଦେହେରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମେହେର କ୍ରୀଡା ର ମହନୀୟତା ଉପରେ ବକ୍ତବ୍ୟ ରଖି ଛାତ୍ର ଛାତ୍ରୀ ଙ୍କୁ ଅଂଶଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ପତାକା ଉତ୍ତୋଳନ ପରେ ଖେଳ, କୁଦ ଆରମ୍ଭ ହୋଇଥିଲା । ପ୍ରାୟ ୨୨ ଟି ବିଭାଗ ର ଖେଳ ଆଜି ସରିଯାଇଛି । ଆସନ୍ତା କାଲି ଅବଶିଷ୍ଟ ୧୮ ଟି ବିଭାଗ ର ଖେଳ ଆରମ୍ଭ ହେବ ବୋଲି କଲେଜ କତୃପକ୍ଷ ସୂଚନା ଦେଇଛନ୍ତି ।
ବେଲପଡା ମହାବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ
Friday, November 28, 2025
0

Tags