ମା ପେଣ୍ଡ୍ରାଣୀ ସଂସଦୀୟ ସଂକୁଳ ବିକାଶ ପରିଯୋଜନା ସଂସଦୀୟ ଉଦଘାଟନ

ଆଜତକ ଓଡ଼ିଶା
0

ଝରିଗାଁ  ୨୮/୧୧/୨୫ : ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ର ଝରିଗାଁ ବ୍ଲକ, ଚିତାବେଡା ପଞ୍ଚାୟତ ଅନ୍ତର୍ଗତ ଷଣ୍ଡସା ଗ୍ରାମ ସ୍ଥିତ ଖେଳ ପଡିଆରେ ବିଜେପି ରାଜ୍ୟ ସଂଘଠକ ଭି ସତୀଥ ଙ୍କ କରକୋମଲରେ ମା ପେନ୍ଡ୍ରାଣି ସଂସଦୀୟ ସଂକୁଳ ବିକାଶ ପରିଯୋଜନାର ଶୁଭ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗଦେଇଥିବା ସ୍ଥଳେ ସମ୍ମାନିତ ଅତିଥିଭାବେ ବିଜେପି ରାଜ୍ୟ ସଂଗଠକ ଭି ସତୀଶ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଆଦିବାସୀ ଙ୍କ ପାରମ୍ପାରିକ ବେଶଭୂଷା ପରିଧାନ ପୂର୍ବକ ନୃତ୍ୟ ସଙ୍ଗୀତ ପରିବେଷଣ କରି ଆଞ୍ଚଳିକ କଳାକାର ମାନେ ସାଂସଦ ମହୋଦୟଙ୍କୁ ସ୍ଵାଗତ କରି ମଞ୍ଚ ଉପରକୁ ପାଛୋଟି ନେଇଥିଲେ। କୁନି କଳାକାର ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ସହ ସାଂସ୍କୃତିକ ନୃତ୍ୟ ଗୀତ ସଂଗୀତ ପରିବେଷଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜସ୍ବ ଗ୍ରାମ ଅଧୀନ ନିର୍ଧାରିତ ହୋଇଥିବା ଚିତାବେଡା ପଞ୍ଚାୟତର ଷଣ୍ଡସା, ସିଉନାଗୁଡା, ଯାମଢଡା, ଗାଉଟିଆଗୁଡା, ଡେବରା଼ଗୁଡା, ପିପଲଗୁଡା, ଭାଲିଆଗୁଡା, କୋଦୋଭାଟିଆଗୁଡା, ବାଣୁଆଗୁଡା ପଞ୍ଚାୟତର ସିନ୍ଧିଗୁଡା, କେନ୍ଦୁକୋନା, ପଳସଗାଁ, କୁହୁରା଼କୋଟ, ବାଦୀଆଗୁଡା, ଭୁଷାଗୁଡା, ଏକଟାଗୁଡା, ରାଜାମୁଣ୍ଡା, ଗମିଅଡା, ଧାରନିବେଡା, ଝରା଼ବାଳସାହି, ସାନ୍ତାସାହି, ଜୁନାପାରା, ନୁଆଁସାହି, ଗାଉଟିଆସାହି ଆଦି ଗ୍ରାମ ଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟ ଗୁଡିକର ସଫଳ ରୂପାୟନ ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଇ କାର୍ଯ୍ୟ ତ୍ଵରାନିତ ଓ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ସାଂସଦ ଶ୍ରୀ ମାଝୀ ଆହ୍ଵାନ ଦେଇଥିଲେ।।ଆବଶ୍ୟକୀୟ ମୌଳିକ ସୁବିଧା ଗୁଡିକ ମଧ୍ୟରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ବିଜୁଳି ସେବା, କୃଷି କ୍ଷେତ୍ର ରେ ଚାଷୀଙ୍କ ଆର୍ଥିକ ପ୍ରଗତି , ଏବଂ ଯୁବ ବର୍ଗ ଜୀବନଜୀବିକା ପାଇଁ ରାଜ୍ୟାନ୍ତର ହେଉଥିବା ବେଳେ ଏହାର ପ୍ରତିକାର ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଥିବା ନେଇ ଜଣାଇଥିଲେ। ସରକାରଙ୍କର ଲକ୍ଷ୍ୟ ଉଦେଶ୍ୟକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଅତିଥି ସାଂସଦ ବଳଭଦ୍ର ମାଝୀ ଗୁରୁତ୍ୱ ଦେଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ଲୋକେ ହଜାର ଟଙ୍କା ଆୟ କରୁଥିବା ବେଳେ ତାହା ବୃଦ୍ଧିପାଇ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବୃଦ୍ଧି କିପରି କରି ପାରିବେ ସେ ନିମନ୍ତେ ଏନ୍ ଡି ଏ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବାପାଇଁ ସଂକଳ୍ପ ବଦ୍ଧ ଥିବା ସାଂସଦ ଶ୍ରୀ ମାଝୀ ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ରେ ଉଲ୍ଲେଖ କରିଛନ୍ତି । କୃଷି ନିର୍ଭର ଆମ ଦେଶ ହୋଇଥିବା ବେଳେ କୃଷି ଦେଶର ମେରୁଦଣ୍ଡ ହୋଇ ରହିଛି। ତେଣୁ କୃଷି ଓ କୃଷକର ବିକାଶ ଏବଂ, ଗ୍ରାମାଞ୍ଚଳର ବିକାଶ ହେଲେ ହିଁ ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିଵା ସମ୍ଭବ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜ ଅବିଭାଷଣରେ କହିଥିଲେ। ଏହି ଅଭିପ୍ରାୟରେ ପ୍ରଥମ ପର୍ଯ୍ୟାୟ ରେ ଝରୀଗାଁ ବ୍ଲକ ଚିତାବେଡା ପଞ୍ଚାୟତ ର ଦୁଇଟା ରାଜସ୍ବ ଗ୍ରାମ ଅଧୀନରେ ଥିବା ୮ ଟି ଗ୍ରାମ ଏବଂ ବଣୁଆ ଗୁଡା ପଞ୍ଚାୟତ ର ୫ ଟି ରାଜସ୍ବ ଗ୍ରାମ ଅଧୀନରେ ଥିବା ୧୬ ଟି ଗ୍ରାମ ସରକାରଙ୍କ ଦ୍ୱାରା ନିର୍ଧାରିତ ସଂସଦୀୟ ସଂକୁଳ ବିକାଶ ପରି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଆଞ୍ଚଳିକ ପ୍ରଥା,ପରମ୍ପରା, ରୀତିନୀତି, ସଂସ୍କୃତି ଓ ଚାଲିଚଳନ କିପରି ସୁରକ୍ଷିତ ଓ ସଂରକ୍ଷିତ ରହିବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିବା ବେଳେ । ନବରଙ୍ଗପୁର ଜିଲ୍ଲା ପାଳ ଡ଼ ମଶ୍ୱେର ସ୍ୱIଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ ଓ ସବୁ ଭିବାଗ ଅଧିକାରୀ ଯୋଗଦେଇଥିଲେ। ପ୍ରମୁଖ ନେତୃ ବୃନ୍ଦ ମଧ୍ୟରେ ବିଜେପି ରାଜ୍ୟ ଉପ ସଭାପତି ରମେଶ ସାହୁ ,ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ବିଜେପି ପ୍ରଭାରୀ ଗୋବିନ୍ଦ ଜୈନ, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତୁଳାବତି ସାନ୍ତା ସମେତ ତିନୋଟି ଜୋନ ର ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।
ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default