ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ୟମ। :ରାଜ୍ୟପାଳ

ଆଜତକ ଓଡ଼ିଶା
0


ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ) ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ୟମ। ଜନଜାତି ଯୁବକମାନେ ସେମାନଙ୍କର ଅଧିକାର, ଦାୟିତ୍ୱ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ବିଷୟରେ ଅବଗତ ରହିବା ଉଚିତ୍ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ୧୭ତମ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଯୁବ ପ୍ରତିନିଧିଙ୍କ ସହ ଭାବ ବିନିମୟ ଅବସରରେ କହିଛନ୍ତି। ଯୁବ ପ୍ରତିନିଧିମାନଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିବା ଅବସରରେ ସେମାନଙ୍କର ଶିକ୍ଷା, ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରଣୟନ କରିଥିବା ଯୋଜନା ବିଷୟରେ ଭଲ ଭାବେ ସଚେତନ ହେଲେ ଏହା ଦ୍ୱାରା ଲାଭାନ୍ୱିତ ହେବେ ବୋଲି ରାଜ୍ୟପାଳ କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default