କଣ୍ଟାବାଞ୍ଜି ପୋଲିସ ସହିତ ABVP ର ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) କଣ୍ଟାବାଞ୍ଜିରେ ଅଞ୍ଚଳରେ ବସବାସ କରୁଥିବା ସନ୍ଦିଗ୍ଧ ବାଂଲାଦେଶୀ ପ୍ରବାସୀମାନଙ୍କ ଯାଞ୍ଚ ସମ୍ପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନ ସହିତ ଏକ ବୈଠକ କରିଛି। ଅଞ୍ଚଳରେ ଅବୈଧ ପ୍ରବାସୀ ଉପସ୍ଥିତି ସମ୍ଭାବନାକୁ ନେଇ ବଢୁଥିବା ଚିନ୍ତାର ପ୍ରେକ୍ଷାପଟରେ, ଉପଯୁକ୍ତ ଯାଞ୍ଚ, ଡକ୍ୟୁମେଣ୍ଟେସନ୍ ଏବଂ ଆଇନି ପ୍ରକ୍ରିୟା ସୁନିଶ୍ଚିତ କରିବା ଏହି ବୈଠକର ପ୍ରମୁଖ ଲକ୍ଷ୍ୟ ଥିଲା। ଆଲୋଚନାରେ ABVP ପକ୍ଷରୁ ଜିଲ୍ଲା ସହ-ସଂଯୋଜକ ସୁଭାଶିଷ କୁମାର ପାଣି, ନଗର ପ୍ରମୁଖ ସୁବ୍ରତ ମହାକୁର, ନଗର ସାହା ପ୍ରମୁଖ ଆଶିଷ ଯାଦବ, ଏବଂ କର୍ମୀମାନେ ସତ୍ୟମ ମିଶ୍ର ଓ ପ୍ରକାଶ ପ୍ରଧାନ ଉପସ୍ଥିତ ଥିଲେ। ଏହି ସମୟରେ ABVP ପ୍ରତିନିଧିମାନେ ଅଞ୍ଚଳର ଆଇନ-ଶୃଙ୍ଖଳା ରକ୍ଷା, ସ୍ଥାନୀୟ ନିଯୁକ୍ତିର ସୁରକ୍ଷା ଏବଂ ସାମୁଦାୟିକ ସୁରକ୍ଷାକୁ ଧ୍ୟାନରେ ରଖି ନିୟମିତ ଯାଞ୍ଚ ପ୍ରକ୍ରିୟାକୁ କଠୋର କରିବାର ଆବଶ୍ୟକତା ଉପସ୍ଥାପନ କରିଥିଲେ। ପୋଲିସ ପକ୍ଷରୁ ଏହା ନିଶ୍ଚିତ କରାଯାଇଛି ଯେ ସରକାରୀ ନିୟମାବଳୀ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ପ୍ରଶାସନୀୟ କାର୍ଯ୍ୟପନ୍ଥୀତା ଅବ୍ୟାହତ ରହିବ।

Post a Comment

0 Comments

Please Select Embedded Mode To show the Comment System.*

3/related/default