ବୁରୋବାହାଲ ରେ ବନ୍ୟ ପଶୁପକ୍ଷୀ ସୁରକ୍ଷା କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0


ସିନ୍ଧେକେଲା,୨୮/୧୦(ଦୀନେଶ ଜୈନ ) - ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବୁରୋବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବନ୍ୟ ପଶୁପକ୍ଷୀ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲର ଅବକ୍ଷୟ ଜଙ୍ଗଲରେ ପଶୁପକ୍ଷୀ ଦିନକୁ ଦିନ ଲୁପ୍ତ ପାଇ ଯାଇ ପରିବେଶ ଉତ୍ତପ୍ତ ହେଉଥିବାରୁ ପ୍ରକୃତି ବନ୍ଧୁ ରବୀନ୍ଦ୍ର ସାଏଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଙ୍ଗୀତ ନୃତ୍ୟ ଚୁଟକୁଲା ଢଗ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଛାତ୍ରୀ କେତକୀ ଚନ୍ଦନ ମାଏଲାଜଡ଼ ନୃତ୍ୟ ଓ ଢଗଢମାଳି ପରିବେଷଣ କରିଥିବା ବେଳେ ଅଙ୍କିତା ପୁଟେଲ ଓ ମମତା ପୁଟେଲ ଲୋକନୃତ୍ୟ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ କୁମର ମେହେର , କ୍ଷମାସାଗର ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶିକ୍ଷକ ସୁବାସୀଷ ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ନୃତ୍ୟକଳା ପରିବେଷଣ କରିଥିବା ଛାତ୍ରୀ କେତକୀ ଚନ୍ଦନ , ଅଙ୍କିତା ପୁଟେଲ ଓ ମମତା ପୁଟେଲ ପ୍ରମୁଖଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default