କୁମ୍ଭାର ସମାଜ ପକ୍ଷରୁ ମାଟି କଲା ବୋର୍ଡ ଗଠନ ପାଇଁ ଦାବିପତ୍ର ପ୍ରଦାନ

ଆଜତକ ଓଡ଼ିଶା
0


 ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ ଖେଳପଡିଆ ଠାରେ ନୂଆପଡ଼ା କୁମ୍ଭାର ସମାଜ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା ।ଯେଉଁଥିରେ ଓଡ଼ିଶା ସରକାର ଙ୍କ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମଲ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ। ଏହି ସଭା ରେ କୁମ୍ଭାର ସମାଜ ର ଲୋକମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଥିବା ରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମାଟି କଲା ବୋର୍ଡ ଗଠନ  ଓ ରାଜଧାନୀ ରେ କୁମ୍ଭାର ଭବନ ପ୍ରତିଷ୍ଠା ତଥା ଜିଲ୍ଲା ରେ ସମସ୍ତ କୁମ୍ଭାର ଏବଂ ମାଟି କଲା କାରୀଗରଙ୍କୁ ଚିହ୍ନଟ ଏବଂ ପଞ୍ଜିକରଣ ଓ ଆଧୁନିକ ଉପକରଣ ପ୍ରଦାନ କରିବା ଉଚିତ୍ ବୋଲି ଦାବି ରଖିଥିଲେ।ଏହି ସଭାରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗ ପ୍ରଦୀପ ବଳବନ୍ତ ସାମଲ ଓ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ,ସିଲ୍ଭା ସରପଞ୍ଚ କାଞ୍ଚନ ପ୍ରଭା ରଣା,ନୂଆପଡ଼ା ଜିଲ୍ଲା କୁମ୍ଭାର ସମାଜ ସଭାପତି ରାଧେ ଶ୍ୟାମ ରଣା ଙ୍କ ସହିତ  ନୂଆପଡା ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ତଥା ସ୍ଥାନୀୟ ନେତୃ ବୃନ୍ଦ ଉପସ୍ଥିତ ଥିଲେ। ମାଟିକଲା ବୋର୍ଡ ଓ ରାଜଧାନୀ ରେ କୁମ୍ଭାର ଭବନ ପ୍ରତିଷ୍ଠା ପାଇଁ ତଥା  କୁମ୍ଭାର ସମାଜ ର ବିଭିନ୍ନ ସମସ୍ୟା କୁ ନେଇ, ଗତ ସରକାର ରେ ମଧ୍ୟ  ଅନେକ ଥର ଚେଷ୍ଟା କରାଯାଇଥିଲା । ଏ ସରକାର ରେ ମଧ୍ୟ ଚେଷ୍ଟା ଜାରିରହିବ ବୋଲି କୁମ୍ଭାର ସମାଜ ର ଲୋକେ କହିଥିଲେ । ଦେଖିବାକୁ ବାକି ରହିଲା ଉପନିର୍ବାଚନ ର ଫାଇଦା କୁମ୍ଭାର ସମାଜ କୁ ମିଳୁଛି ନା ନାହିଁ। 

Post a Comment

0 Comments

Please Select Embedded Mode To show the Comment System.*

3/related/default