ଖୋର୍ଦ୍ଧା:୨୮/୧୦ ଖୋର୍ଦ୍ଧା ସେକଶୋନ ୩ ରେ ଅଘୋଷିତ ବିଦୁତ କାଟକୁ ନେଇ ଜନ ଜୀବନ ଅସ୍ତ ବେସ୍ତ । ବେଙ୍ଗ ମୂତିଲେ ହେଉଛି ବିଦୁତ୍ କାଟ । ଟିକେ ପବନ ହେଉ ବା ନହେଉ ବିଦୁତ କାଟିବାରେ ଅବହେଳା କରୁନାହିଁ ଟାଟା ବିଦୂତ୍ ବିଭାଗ । ଏସ.ଡି.ଓ ଏବଂ ଯେ.ଇ ଙ୍କୁ କଲ କଲେ ଫୋନ୍ ସ୍ଵିଚ ଅଫ ବୋଲି ଦେଖାଉଛି ଓ ବେଳେ ବେଳେ ରିଙ୍ଗ ହୋଇ ହୋଇ ମଧ୍ୟ କେହି ଉତ୍ତର ଦେଉ ନାହାନ୍ତି । ଖାଲି ସେତିକି ନୁହେଁ ଆଜ୍ଞା ହେଲ୍ପ ଲାଇନ ନମ୍ବର ରେ ପଚାରି ବୁଝିଲେ ବି ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ । ଖୋର୍ଦ୍ଧା ବିଦୁତ ବିଭାଗର ମନ ମୁଖି ଶାସନକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଟିକେ ବର୍ଷା ପବନ ହେଉ ବା ନ ହେଉ କଟୁଛି କରେଣ୍ଟ । ଯାହା ଫଳରେ ଜକରା, ଦୁର୍ଗାପୁର, ଗୁଡ଼ୁମ, ବଙ୍ଗିଦା, ଜରିପୁଟ ଆଦି ଅଂଚଳର ବିଦୁତ କାଟ ହେବାରୁ ବୃଦ୍ଧ ଓ ଛୋଟ ଛୁଆ ଗୁଳୁ ଗୁଳି ହେବାରୁ ଗରମ ରେ ସନ୍ତୁଳି ହେଉ ଛନ୍ତି ଓ ବିଦ୍ୟାର୍ଥୀ ମାନେ ଅନ୍ଧାରରେ ପାଠ ପଢିବା ଟା ସମ୍ଭବ ହେଉନାହିଁ । ଗାଦି ମଡ଼ା ବଡ଼ ବାବୁ ବି ଜାଣି ନଜାଣିବାର ଅଭିନୟ ବେଶ ବାବୁଙ୍କୁ ଜଣା । କଥା ରେ ସର ପକାଇଲା ପରି ଖସୁଛନ୍ତି ଯେ.ଇ ଓ ଏସ.ଡି.ଓ । ଲାଇନ ମ୍ୟାନଙ୍କ କଥାବି ପାଣିରେ ଗାର କରି ଚାଲିଛି ବିଦୁତ ବିଭାଗ । ଆଗକୁ ଜଦି ଏହି ପରି କରେଣ୍ଟ କଟେ ତେବେ ବିଦୁତ ବିଭାଗ ଉପରେ ବଡ଼ କାର୍ଯ୍ୟନୁଷ୍ଠାନ ନେବେ ବୋଲି ଅଂଚଳ ରେ ଚାଲିଛି ବେଶ ଚର୍ଚ୍ଚା । ତେବେ ଅଂଚଳ ବାସିଙ୍କ ଅଭିଯୋଗ କେବେ ସୁଧୁରିବ । କରେଣ୍ଟ ର ଵେବସ୍ତା ତାହାରି ଉପରେ ସମସ୍ତ ଙ୍କ ନଜର।

