ଖପ୍ରାଖୋଲ : ୩/୯ (ଗଣେଶ ଦାସ ):-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଦର୍ଲିପାଲି ପଞ୍ଚାୟତ ମାଳପଡା ଗାଁର କୁନ୍ଦ ମାଝୀଙ୍କ ପୁଅ ବନମାଳୀ ମାଝୀ(24)ସୋମବାର ରାତିରେ ନିଜ ଧାନ କ୍ଷେତରେ ଥିବା ମାୟା ଗଛରେ ନିଜ ଗାମୁଛାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳୁ ସକାଳୁ ନିଜ କ୍ଷେତକୁ ପଡ଼ାର କିଛି ବ୍ୟକ୍ତି ଶୌଚ ପାଇଁ ଯିବା ସମୟରେ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଖପ୍ରାଖୋଲ ପୋଲିସକୁ ଘଟଣା ବିଷୟରେ ଅବଗତ କରିଥିଲେ । ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ଏନେଇ ପୋଲିସ ୟୁଡି କେଶ ନଂ. 12/24 ର ଏକ ମାମଲା ରୁଜୁକରି ଆତ୍ମହତ୍ୟାର କାରଣ ଜଣାପଡି ନ ଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଖପ୍ରାଖୋଲ ଥାନାଧିକାରୀ ସୂଚନା ଦେଇଛନ୍ତି ।

Post a Comment