ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରାନରସିଂ ପୁର ପ୍ରlଣିଧନ ସହାୟତା କେନ୍ଦ୍ର ପ୍ରାଙ୍ଗଣରେ ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମ ଟି ହରଭଙ୍ଗା ପ୍ରାଣୀଚିକିତ୍ସାଳୟ ପକ୍ଷରୁ ହୋଇଥିବାରୁ ଉକ୍ତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ପରିଚାଳନା ରେ ଆୟୋଜିତ ଉକ୍ତ ଶିବିରରେ ବାଉଁସୁଣୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରିୟ ବ୍ରତ ବେହେରା, ଭ୍ରାମ୍ୟମାନ ଚିକିତ୍ସାଧିକାରୀ ଡା. ପ୍ରତିଭା ପାଢ଼ୀ, ପୁରୁଣାକଟକ ପ୍ରାଣିଚିକିତ୍ସାଧିକାରୀ ମିଲନ ରାଉତ, ଗୋରୁ ମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ!ସମାଜ ସେବି ତଥା କୃଷକ ନେତା ଧୀରେନ୍ଦ୍ର ପ୍ରଧାନ ଏବଂ ସରପଞ୍ଚ ଚନ୍ଦନା ବେହେରା ଉପସ୍ଥିତ ରହି କାର୍ଯ୍ୟ ରତ କର୍ମଚାରୀଙ୍କ ମନବଳ ଦୃଢ଼ କରିଥିଲେ!ଏହି ଚିକିତ୍ସା ପଦ୍ଧତିରେ ପ୍ରାୟ ଶତାଧିକ ପ୍ରାଣୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା!ପ୍ରାଣୀଧନ ନିରୀକ୍ଷକ ଅଶୋକ କୁମାର ଶତପଥୀ ଓ ନାରାୟଣ ବାରିକ ନିଷ୍ଟାର ସହ ପ୍ରାଣୀ ମାନଙ୍କୁ ସେବା ଯୋଗାଇଦେଇଥିଲେ!ପ୍ରଣିପାଳକ ବିଭାଗର କର୍ମଚାରୀ ନୀଳାଞ୍ଚଳ ମିଶ୍ର, ସଞ୍ଜୟ ସାହୁ,ନିର୍ମଳ ପ୍ରଧାନ,ପ୍ରାଣୀମିତ୍ର ମାନେ ଉପସ୍ଥିତ ରହିଥିଲେ। ଡା. ପୃଷ୍ଟି ଖୁବ ଶୀଘ୍ର ଏକ ମେଗା ଗୋ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ କରିବା ପାଇଁ ଚାଷୀ ମାନଙ୍କ ଠାରେ ସମ୍ମତି ପ୍ରକାଶ କରିଥିଲେ।

Post a Comment

Previous Post Next Post