ସୁବର୍ଣ୍ଣପୁର(ଗଣପତି ବାଘ) ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପ୍ରତି ସମର୍ପିତ ଅନୁଷ୍ଠାନ ନାଟ୍ ଦ୍ଵାରା ସ୍ଥାନୀୟ ରାମଜୀ ନଗର ସ୍ଥିତ ମାରୁତି ଉଦ୍ୟାନ ଠାରେ ପଦ୍ମଶ୍ରୀ ଡ଼ଃ. ସାଧୁ ମେହେରଙ୍କ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଇଚ୍ଛାଶକ୍ତି ଜଣେ ମଣିଷକୁ ଉନ୍ନତିର ଶୀର୍ଷ ସୋପାନକୁ ନେଇ ଯାଇପାରେ ତାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ସାଧୁ ମେହେର | ସମ୍ଭବତଃ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ସିନେ ଅଭିନେତା ଯିଏକି ଅଭିନୟ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି । ପାଖାପାଖି ୫୦ ଟି ହିନ୍ଦୀ ଚଳଚିତ୍ର, ୮୦ ଦଶକରେ ଓଡ଼ିଆ ସିନେମା ନିର୍ଦ୍ଦେଶନାର ମଙ୍ଗୁଆଳ ସାଜି ଓଡ଼ିଆ ସିନେମାକୁ ଏକ ନୂତନ ଦିଗ ପ୍ରଦର୍ଶନ ସହ ପ୍ରଥମ ସମ୍ବଲପୁରୀ ସିନେମା ଭୁଖାରେ ତାଙ୍କର ଜୀବନ୍ତ ଅଭିନୟ ତାଙ୍କୁ ସବୁବେଳେ ଅମର କରି ରଖିବ ବୋଲି ସ୍କୃତିଚାରଣ ସମୟରେ ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ନାଟ ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଏବଂ ଉପଦେଷ୍ଟା ଭାବେ ଦୀର୍ଘ ଦିନ ଧରି ସେ ମାର୍ଗଦର୍ଶନ କରଛନ୍ତି। ତାଙ୍କର ଦେହାବସାନ ଦ୍ୱାରା ନାଟ ଜଣେ ପିତୃ ତୁଲ୍ୟ ମୁରବୀଙ୍କୁ ହରାଇଲା ବୋଲି କୋହଭରା କଣ୍ଠରେ ନାଟର ସଦସ୍ୟମାନେ ପ୍ରକାଶ କରିଥିଲେ । ସାମାଜିକ କର୍ମୀ ଗୌରୀଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ନାଟର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ସଂସ୍କୃତି ସଂପାଦକ ଅବିନାଶ ହୋତା, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା, ସମାଜସେବା କୋର୍ କମିଟିର କାର୍ଯ୍ୟକାରୀ ଆବାହିକା ପ୍ରଜ୍ଞା ପରିମିତା ଦାଶ, ଲକ୍ଷ୍ମୀ ନାରାୟଣ ସାହୁ, ରାଜ ମିଶ୍ର, ବିଶ୍ଵଜିତ ମହାପାତ୍ର, ପ୍ରଦୀପ ମେହେର, ସରିତା ବଣିଆଁ, ନନ୍ଦିନୀ ମହାଣା ପ୍ରମୂଖ ଉପସ୍ଥିତ ଥିଲେ। ନାଟ୍ ର ସାଧାରଣ ସଂପାଦକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment