ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାଉଡି ଗ୍ରାମରେ ଏବେ ଗୁଣ୍ଡା ରାଜ ଆରମ୍ଭ ହୋଇଛି । କିଛି ଅସାଧୁ ଲୋକ ସରକାରୀ ଜମି ଉପରେ ନଜର ରଖି ଜମି ହାତେଇବା ପାଇଁ ଖାଲି ପଡ଼ିଥିବା ସରକାରୀ ବେସରକାରୀ ଜମିକୁ ବିଭିନ୍ନ ପ୍ରକାର ଉପାୟ ରେ ନିଜ କବାଜକୁ ନେଉଛନ୍ତି। ବାଧା ଦେଲେ ଖଣ୍ଡା ଭୁଜାଲି ରେ କଥା ବାର୍ତ୍ତା ହେବାକୁ ଖୋଲମ ଖୁଲା ଆହ୍ଵାନ ଦିଆଯାଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସାଉଡ଼ି ଗ୍ରାମ ପଞ୍ଚାୟତର ସାଉଡି ମୌଜା ଖାତା ନଂ :-୫୩୦ , ପ୍ଲଟ ,ନଂ:- ୧୭୩ ଅଟେ । ୪ ନଂ ର ୱାର୍ଡ ର ସରସ୍ଵତୀ ପୂଜା ମଣ୍ଡପ ନିକଟରେ ଚାଲିଥିବା ମୋ ସେବା କେନ୍ଦ୍ର ଆଗରେ ସରକାରୀ ସିକୃତି ପ୍ରାପ୍ତ ମୋ ସେବା କେନ୍ଦ୍ର ଆଗରେ। ହରିଶ୍ଚନ୍ଦ୍ର ପଟ୍ଟା ୟ ତ ପିତା:- ଚିତ୍ରସେନ ପଟ୍ଟା ୟ ତ ଏବଂ ପପୁ ପ ଟ୍ଟା ୟ ତ । ଜୋରଜବରଦସ୍ତ କିଛି ଟେଣ୍ଟ ବାଉଁଶ ଗଦା କରି ମୋ ସେବା କେନ୍ଦ୍ର ଆଗକୁ ଅବରୋଧ କରିଦେଇଛନ୍ତି । ଫଳ ରେ ଲୋକ ମାନେ ସେବା କେନ୍ଦ୍ର କୁ ଦେଖି ନପାରି ନିଜ ର ଡିଜିଟାଲ କାମ ପାଇଁ ଅନ୍ୟତ୍ର ଚାଲି ଯାଉଛନ୍ତି।ଯାହା ଦ୍ଵାରା ମୋ ସେବା କେନ୍ଦ୍ର ର ମାଲିକ କୁ ବହୁତ କ୍ଷତି ସହିବାକୁ ପଡୁଛି । ଯାହାଫଳରେ ବାପ ଓ ପୁଅ ଉଭୟ ମିଶି ସରକାରୀ ଜାଗା ଉପରେ ଜୋର ଜବରଦସ୍ତି ବାଉଁଶ ଗଦା ରଖିବା ଯୋଗୁଁ ବିଭିନ୍ନ ପ୍ରକାର ବିଷ ଧର ସାପ ଆସି ରହିବା ସହ ପଚା କୁକୁଡ଼ା ଗୁଡ଼ିକ କୁକୁର ମାନେ ଆଣି ଭିତରେ ଖାଉଛନ୍ତି । ଗ୍ରାମବାସୀ ମାନେ ଯିବା ଆସିବା ର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମୋ ସେବା କେନ୍ଦ୍ର ର ମାଲିକ ଜ୍ୟୋତି ରଞ୍ଜନ ପଟ୍ଟାୟତ ପ୍ରଥମେ ଏ ଘଟଣା ବାବଦରେ ସାଉଡି ପଞ୍ଚାୟତ ସରପଞ୍ଚ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନହୋଇ ପାରିବାରୁ ଜ୍ୟୋ ତି ରଞ୍ଜନ ପଟ୍ଟାୟ ତ ସାର୍ଥା ଫାଣ୍ଡି ଏବଂ ସ୍ଥାନୀୟ ଅର୍ ଆର ଆଇ , ବାଲିଆପାଳ ତହସିଲ ଦାର ଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏ କୌଣସି ପଦକ୍ଷେପ ନେଇନାହାନ୍ତି । ଏ ବାବଦରେ କିଛି ଅସାଧୁ ଲୋକ ମାନଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କ ହାତ ଥିବା କଥା ଜ୍ୟୋତି ରଞ୍ଜନ ପଟ୍ଟାୟ ତ ବିଭିନ୍ନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଆଗକୁ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏଥି ପ୍ରତି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ମୋ ସେବା କେନ୍ଦ୍ର ଆଗକୁ ଅବରୋଧ କରି ଟେଣ୍ଟ ବାଉଁଶ ଗଦା । ଅବରୋଧ ହଟାଇବା ପାଇଁ ମୋ ସେବା କେନ୍ଦ୍ର ମାଲିକ ଥାନା ଓ ତହସିଲ ର ଦ୍ବାରସ୍ଥ।
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment