ଜଳେଶ୍ୱର ବ୍ଲକ,୧୩/୧୦ (ଜଗନ୍ନାଥ ଗୋଛାୟତ) କୋର୍ଟରେ ବିଚାରଧିନ ଥାଇ ସ୍ଥିତାବସ୍ତା ବଜାଇ ରଖିବାର ଆଦେଶ ଥିବା ଇଜିମାଲି ସମ୍ପତି ଉପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ। ସୂଚନାରୁ ଜଣାପଡିଛି, ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜପୁର ଗ୍ରାମ ପଞ୍ଚାୟତର ଗୁଆଗଡିଆ ଗ୍ରାମର ଦେବେନ୍ଦ୍ର ମହାନ୍ତି ଓ ତାଙ୍କ ପରିବାର ସମ୍ପର୍କୀୟଙ୍କ ମଧ୍ୟରେ ଜମିଜମା ଗଣ୍ଡଗୋଳକୁ ନେଇ କୋର୍ଟରେ ଏକ ସିଭିଲ ମାମଲା ଯାହାର ସି.ଏସ୍ ନଂ ୩୬/୨୦୧୬ ଏବଂ ଆଇ.ଏ ନଂ ୨୩/୨୦୧୬ ମୂଳେ ଚାଲିଅଛି ଏବଂ ଉକ୍ତ ଜାଗା ଉପରେ ସ୍ଥିତାବସ୍ତା ବଜାୟ ରଖିବା ପାଇଁ ଆଦେଶ ମଧ୍ୟ ମିଳିଛି।ତଥାପି ଉକ୍ତ ସମ୍ପତି ଉପରେ ତାଙ୍କ ସମ୍ପର୍କୀୟ ସମରେନ୍ଦ୍ର ମହାନ୍ତି ଓ ଧମେନ୍ଦ୍ର ମହାନ୍ତିଙ୍କ ନାମରେ ୨୦୨୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମଞ୍ଜୁର ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା। କିନ୍ତୁ ପୁଣି ୨୦୨୩ରେ ଉକ୍ତ ଆବେଦନ ଫର୍ମ ଉପରେ ତାଙ୍କ ସ୍ତ୍ରୀ ମାନଙ୍କ ନାମରେ ଆବାସ ଯୋଜନା ଗୃହ ମଞ୍ଜୁର ହୋଇଅଛି।ଯାହାର କ୍ରମିକ ନଂ ଓ.ଆର-୧୫୩୨୯୩୬୪୨୬ ଓ ଓ.ଆର- ୧୫୩୮୨୮୩୬୨୨୮ ଅଟେ।ତେଣୁ ଉକ୍ତ ଇଜିମାଲି ସମ୍ପତି ଉପରେ ଉକ୍ତ ଆବାସ ଗୃହ ନିର୍ମାଣକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦେବେନ୍ଦ୍ର ନାଥ ମହାନ୍ତି ନିବେଦନ କରି ଥିବାର ଦେଖିବାକୁ ମିଳିଛି।ଏହା ପୂର୍ବରୁ ଏହି ଆବାସ ଯୋଜନା ବନ୍ଦ କରିବା ପାଇଁ ଜଳେଶ୍ୱର ବ୍ଲକରେ ଅଭିଯୋଗ କରିବା ପରେ ମଧ୍ୟ ବନ୍ଦ ନ ହେବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
କୋର୍ଟରେ ବିଚାରଧୀନ ଇଜିମାଲି ଜାଗା ଉପରେ ଗୃହ ନିର୍ମାଣ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ
ଆଜତକ ଓଡ଼ିଶା
0
Post a Comment