ଧର୍ମଗଡ (ପ୍ରଦିପ ସେଠିଆ) ଅପହଞ୍ଚ ଓ ଆଦିବାସୀ ଇଲାକା ରେ ଏକ ବେସରକାରୀ ସଂସ୍ଥା ଅଧିନ ମା ଗୃହ ଗର୍ଭବତୀ ଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଏହି ମା ଗୃହ ଅଧୀନରେ ଶତାଧିକ ଗର୍ଭବତୀ ଉପକୃତ ହେଉ ଥିବା ନଜର ରହିଛି।ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତି ମା ଗୃହ ସେବା କେନ୍ଦ୍ର ଗତ ୨୦୧୯ରେ ପ୍ରତିଷ୍ଠିତ ହୋଇଥିଲା।ବର୍ତ୍ତମାନ ସୁଦ୍ଧା ୧୦୫୫ଜଣ ଗର୍ଭବତୀ ଏଠାରେ ରହି ସେବା ପାଇଛନ୍ତି। ଗର୍ଭବତୀ ଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ୧୦ଦିନ ପୂର୍ବରୁ ଏହି ମା ଗୃହରେ ରଖା ଯାଇ ତାହାର ଯତ୍ନ ନିଆ ଯାଏ।ଏଠାରେ ନିଯୁକ୍ତି ଥିବା ପ୍ରଶିକ୍ଷଣ ମହିଳାସ୍ୱାସ୍ଥ୍ୟ କର୍ମୀଓ ସ୍ୱାସ୍ଥ୍ୟ ସହାହିକା ଦ୍ୱାରା ନିୟମିତ ମା ଓ ଗର୍ଭବସ୍ଥା ଶିଶୁର ଚିକିତ୍ସା ଓ ସୁରକ୍ଷା ସମ୍ପର୍କୀୟ ସୂଚନା ଦେବା ସହ ସଠିକ ସେବା ଯୋଗାଇ ଦିଆଯାଏ।ଏପରିକି ଗର୍ଭବତୀ ଙ୍କ ରହିବା ଠାରୁ ଆରମ୍ଭ ଯାଏ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଏ। ପ୍ରସବ ପୂର୍ବବର୍ତ୍ତୀ ଯତ୍ନ ସହ ଶାରୀରିକ ପରୀକ୍ଷା ଓ ଡାକ୍ତର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ। ଏହି ସୁବିଧା ଅଞ୍ଚଳ ର ପର୍ଲ,ଛନ୍ଚାଣବାହେଲି,ଜୟନ୍ତପୁର,ବଡ଼ଘୁମର,ଧଅରପୁର,କଦଲିମୁଣ୍ଡା ଓ ଟେଣ୍ଡାପାଲି ପଂଚାୟତ ଅନ୍ତର୍ଗତ ଗ୍ରାମର ଗର୍ଭବତୀ ମହିଳା ମାନେ ସେବା ପାଉଥିବା ବେଳେ ମା ଗୃହ ପ୍ରତି ଲୋକଙ୍କ ଆସ୍ଥା ଦିନ କୁ ଦିନ ବଢି ଚାଲିଛି।ତେବେ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ନ ଥିବା ହେତୁ ଅନେକ କ୍ଷେତ୍ରରେ ଅସୁବିଧା ର ସାମ୍ନା କରୁଥିବା ନଜର ରହୁଛି।ଜରୁରୀ ସ୍ଥିତି ରେ ଡାକ୍ତର ଅଭାବ କାରଣରୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ଉପରେ ଭରସା କରିବାକୁ ପଡୁଥିବା ମା ଗୃହ ମହିଳା ସ୍ୱାସ୍ଥ୍ୟ କର୍ମୀ ବୀଣାପାଣି ମାଝୀ ପ୍ରକାଶ କରନ୍ତି।ଅନ୍ୟପଟେ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗର୍ଭବତୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ସରକାର ନିକଟ ରେ ସରପଞ୍ଚ ବ୍ରିଜଲାଲ ନାଏକ,ସମିତି ସଭ୍ୟା ପୂର୍ଣ୍ଣମୀ ଧରୁଆ,ନାଏବ ସରପଞ୍ଚ -ଦ୍ରୌପଦୀ ଦାସ, ସୁଧୀର ବାଗ,ବୃହଷ୍ପତି ଜାଲ,ନବୀନ ପୁରୋହିତ,ସୁବାସ ବାଗ,ଅରୁଣୁ ଜାଲପ୍ରମୁଖ ଦାବି ରଖିଛନ୍ତି।

Post a Comment