ଫକୀର ମୋହନ କଲେଜ ଛାତ୍ର ଭଵେଶ ଓଡ଼ିଶା ତାଇକୁଣ୍ଡୋ ଚମ୍ପିଅନ


ବାଲେଶ୍ୱର, ୩/୯(ଲକ୍ଷ୍ମୀଧର ବାରିକ): ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର +୨ ବିଜ୍ଞାନ ଛାତ୍ର ଭବେଶ ଚନ୍ଦ୍ର ଦୀକ୍ଷିତ୍ ଗତ ତା ୩୦/୦୮/୨୪ ରିଖ ଠାରୁ ୦୧/୦୯/୨୪ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ୍, କଟକ ଠାରେ ହୋଇଥିବା ରାଜ୍ଯସ୍ତରୀୟ ତାଇକୁଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି। ଏହା ଓଡ଼ିଶା ତାଇକୁଣ୍ଡୋ ଆସୋସିଏସନ୍ ତରଫରୁ  ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ୧୯ ବର୍ଷ ରୁ କମ ବୟସ ଛାତ୍ର ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥଲା। ସେ ଆସନ୍ତା  ୦୮/୦୯/୨୪ ଠାରୁ ୧୦/୦୯/୨୪ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଆଗ୍ରାଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ତାଇକୁଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେଥିପାଇଁ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, କ୍ରୀଡା ଉପସଭାପତି ଡକ୍ଟର ସନ୍ତୋଷ କୁମାର ରାଉତ, ଉପାଧ୍ୟକ୍ଷ ଡକ୍ଟର ଭାଗବତ ଭୂୟାଁ, ଏକାଡେମୀକ ବର୍ଷାର ଶ୍ରୀମତୀ ସୋନାଲିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଅଞ୍ଜନା ବେହେରା,ନୋଡାଲ ନାମଲେଖା ଅଧିକାରୀ ଡକ୍ଟର ତପସ୍ଵିନୀ ନାଏକ,ସହ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ନାୟକ,ସହ ଏକାଡେମୀକ ବର୍ଷାର ସୁଜିତ କୁମାର ଦାସ, ଆକାଉଣ୍ଟ ବର୍ଷାର କୁଞ୍ଜ ବିହାରୀ ମହାନ୍ତି, ସାମ୍ସ ଅଧିକାରୀ ଅଧ୍ୟାପିକା ପ୍ରିୟଙ୍କା ପତି, ଅଧ୍ୟାପକ ଇଞ୍ଜିନିୟର ଅଶୋକ ପ୍ରିୟଦର୍ଶୀ, ଇଞ୍ଜିନିୟର ଆଦିତ୍ୟ ରଞ୍ଜନ ନାୟକ ଓ ସେକ୍ସନ ଅଧିକାରୀ ବଳରାମ ନାଏକ ଓ ଆକାଉଟାଣ୍ଟ ନିରଞ୍ଜନ ତ୍ରୀୟାଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଶୁଭେଛା ଜଣାଇବା ସହ ଆହୁରି ଆଗକୁ ଯାଇ ଜାତୀୟ ସ୍ତରରେ ସଫଳତା ଆଣିବା ପାଇଁ ପ୍ରେରଣା ଦେଇଛନ୍ତି।

Post a Comment

Previous Post Next Post