ସିନାପାଲି ରେ ଜଣେ ସଟ୍ଟା ଏଜେଣ୍ଟ ଗିରଫ ପରେ କୋଟ୍ ଚାଲାଣ


ନୂଆପଡା,(ରୀଖିରାମ ଦଳ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମରେ ଚାଲିଥିବା ସଟ୍ଟା ଖେଲ ଉପରେ ସିନାପାଲି ପୋଲିସ ତରଫରୁ ଚଢାଉ । ଏହି ଚଢାଉ ରେ ଜଣକୁ ଗିରଫ କରି କୋଟ୍ ଚାଲାଣ କରିଥିବା ବେଲେ ଗିରଫ ଅଭିଯୁକ୍ତ ସିନାପାଲି ଗ୍ରାମର କାହ୍ନୁ ମେହେର ଓରଫ୍ ସୁର୍ଯ୍ୟଭାନୁ ମେହେର (୩୨)ବୋଲି ଜଣାପଡିଛି।
 ସୁଚନାଯୋଗ୍ୟଯେ ଆଜି ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନ ଙ୍କ ନେତୃତ୍ବ ରେ ସିନାପାଲି ସହରର ବିଭିନ୍ନ ଛକରେ ସଟ୍ଟା ଖେଲ କୁ ନେଇ ଚଢାଉ କରାଯାଇଥିଲା। ଏହି ସମୟରେ ସିନାପାଲି ବଷ୍ଟାଣ୍ତ ରେ ଥିବା ଏକ ପାନ ଦୋକାନ ଉପରେ ଚଢାଉ ହୋଇଥିବା ବେଳେ ସଟ୍ଟା ଏଜେଣ୍ଟ କାହ୍ନୁ ଓରଫ୍ ସୁର୍ଯ୍ୟଭାନୁ ମେହେର (୩୨) ଙ୍କୁ ଗିରଫ କରାଯାଇଥିଲା। ଉକ୍ତ ବ୍ଯକ୍ତି ଙ୍କ ଠାରୁ ୩୨ଶହ ୪୦ ଟଙ୍କା ସମେତ ଏକ ରେଲ୍ମି ମୋବାଇଲ, ସଟ୍ଟା ଚାଟ୍, ନୋଟବୁକ୍, କାଲକୁଲେଟର୍ ଓ ଡଟ୍ ପେନ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଙ୍କୁ ଆଜି କୋଟ୍ ଚାଲାଣ କରିଥିବା ବେଲେ ଜାମିନ୍ ନାମନଜୁର ହେବାରୁ ବିଭାଗୀୟ ହାଜତକୁ ପଠାଯାଇଥିବା ବେଲେ କେସ୍ ନମ୍ୱର ୧୩/୨୦୨୩ ବୋଲି ସୁଚନା ମିଲିଛି। ଏହି ଚଢାଉ ରେ ଥାନାଧିକାରୀ ଶ୍ରୀ ପ୍ରଧାନ ସମେତ ଏସଆଇ ଗୌରୀଶଙ୍କର ଦାସ, ହରେକୃଷ୍ଣ ଜାନି ଏଏସଆଇ କେଶବ ମାଝି, ପ୍ରଭାକର ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post