- ପଦବୀରେ ନ ଥିବା ୨ ଜଣ ଙ୍କୁ ୮ ମାସର ପ୍ରତ୍ସାହନ ଟଙ୍କା କାହା ସ୍ୱାର୍ଥରେ
- ବେଆଇନ କାର୍ଯ୍ୟକଳାପ ଓ କ୍ଷମତାର ଦୁରୁପଯୋଗ କରୁଛନ୍ତି ସଭାନେତ୍ରୀ ଭାନୁମତି
କଲମପୁର,୦୨/୦୮(ଆଜତକ ଖବର) ଓଡିଶା ସରକାର ମହିଳା ମାନଙ୍କ ସଶକ୍ତିକରଣ ପାଇଁ ମିଶନଶକ୍ତି ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ସ୍ୱାର୍ଥନିଷ୍ଠ ଅଧିକାରୀ ଙ୍କ ଲୋଭ ଶକ୍ତି ବଢିଯାଉଛି । ବେଆଇନ କାର୍ଯ୍ୟକଳାପ କରିବାକୁ ପଛଉନାହାନ୍ତି । ଏଥିପ୍ରତି ଅଧିକାରୀ ଙ୍କ ଦୃଷ୍ଟି ମଧ୍ୟ ପଡୁନାହିଁ । କଲମପୁର ବ୍ଲକ ମିଶନଶକ୍ତି ଦ୍ୱାରା ପରିଚାଳିତ ମଣ୍ଡଳ ଗ୍ରାମ ପଞ୍ଚାୟତ ସ୍ତରୀୟ କମିଟି ରେ ଦୁର୍ନୀତି ଗନ୍ଧ ଦେଖାଦେଇଛି । କମିଟି ସଭାନେତ୍ରୀ ଭାନୁମତି ମାଝୀ କ୍ଷମତାର ଦୁରୁପଯୋଗ କରୁଥିବା ଏବଂ ବେଆଇନ କାର୍ଯ୍ୟକଳାପ କରି କର୍ମଚାରୀ ମାନଙ୍କ ପ୍ରତି ବିଶୃଙ୍ଖଳା ଆଚରଣ ଜାରିରଖିଥିବା ଭଳି ଅଭିଯୋଗ ହେଉଛି । ପ୍ରାପ୍ତ ସୂଚନା ଅନୁସାରେ ମଣ୍ଡଳ ପଞ୍ଚାୟତ ଅଧୀନରେ ଥିବା ମଣ୍ଡଳ ଏବଂ ଭାଟିଗାଁ ର ମୋଟ ୬ ଟି ଆଞ୍ଚଳିକ ମଞ୍ଚ ରହିଛି । ପ୍ରତ୍ୟେକ ମଞ୍ଚ ରୁ ୨ ଜଣ ଲେଖାଏଁ ଅଫିସ ବିଅରର ମୋଟ ୧୨ ଜଣ ଜିପିଏଲଏଫ ର କାର୍ଯ୍ୟକାରୀ ସଦସ୍ୟ (ଇସି) ଭାବେ ମନୋନୀତ ହୋଇ ପଦ ପଦବୀ ରେ ରହିଛନ୍ତି । ସେହି ଅନୁସାରେ ପ୍ରତ୍ୟେକ ମଞ୍ଚ ରୁ ଜଣେ ଜଣେ ସିଆରପି-ସିଏମ ଭାବେ ନିଯୁକ୍ତି ପାଇଥିବା ବେଳେ ଜିପିଏଲଏଫ ରୁ ଜଣେ ଏମ.ବି.କେ ଭାବେ ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି । ଗତ ନଭେମ୍ବର ମାସ ଶେଷ ସପ୍ତାହ ରେ ଏହି ସବୁ ପଦବୀ ପୂରଣ ହୋଇଥିଲା । ଜିପିଏଲଏଫ କମିଟି ର ୨ ଜଣ ଇସି ସଭ୍ୟା ଲବଣୀ ସାହୁ ସିଆରପି ଭାବେ ଏବଂ ସତ୍ୟଭାମା ସୁନାନୀ ଏମବିକେ ଭାବେ ନିଯୁକ୍ତି ପାଇଥିଲେ । ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ହେଲେ ଇସି ସଭ୍ୟା ରଖାଯିବ ଏବଂ ନିଯୁକ୍ତି ପାଇଥିବା କର୍ମଚାରୀ ଇସ୍ତଫା ଦେବେ ବୋଲି କହିବାରୁ ଇସି ସଭ୍ୟ ପଦବୀ ପୂରଣ ସ୍ଥଗିତ ରଖା ଯାଇଥିବା ପ୍ରକାଶ । ତେବେ ବ୍ଲକ ଅଫିସିଆଲ କିଛି ନିର୍ଦ୍ଦେଶ ଆସିନଥିଲେ ମଧ୍ୟ ବିନା ନୋଟିସ ରେ ଗତ ଜୁନ ୨୭ ତାରିଖରେ ସଭାନେତ୍ରୀ ଭାନୁମତି ମାଝୀ କମିଟି ଜରିଆରେ ଖାଲି ଥିବା ଭାଟିଗାଁ ମଞ୍ଚରୁ ସନ୍ତୋଷିନୀ ଲହଜଳ ଙ୍କୁ ଏବଂ ମଣ୍ଡଳ ରୁ କୌଣସି ମଞ୍ଚରେ ନ ଥିବା ଉପ ନାଏକ କୁ ଇସି ସଭ୍ୟା ଭାବେ ରଖିଦେଲେ । ଯାହା ମଣ୍ଡଳ ଏମବିକେ, ବ୍ୟାଙ୍କ ମିତ୍ର ଏବଂ କୌଣସି ସିଆରପି ମଧ୍ୟ ଜାଣିନଥିବା ବେଳେ ଏହା ସମ୍ପୂର୍ଣ୍ଣ ଗାଇଡ଼ ଲାଇନ ର ଉଲଂଘନ ହୋଇଥିବା ଏହି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ଯେଉଁ ମଞ୍ଚ ଖାଲି ପଡ଼ିଥିବ ସେହି ମଞ୍ଚର ଜଣେ ଓ.ବି. ସଭ୍ୟା ହିଁ ଜି.ପି.ଏଲ.ଏଫ. ର ଇସି ସଭ୍ୟା ଭାବେ ରହିପାରିବ ବୋଲି ପୂର୍ବରୁ ଏମବିକେ ଗାଇଡ଼ ଲାଇନ ବାବଦରେ କହିଥିଲେ । କିନ୍ତୁ ନିଜେ ସଭାନେତ୍ରୀ ଭାନୁମତି ଏହାକୁ ବିରୋଧ କରି ବିଶୃଙ୍ଖଳା କରି ଏମବିକେ ସହ ଝଗଡା କରିଥିଲେ । ଆଉ ତାଙ୍କ ଜିଦ ରେ ଅଟଳ ରହିଲେ ଏବଂ ତାଙ୍କ ମନଇଚ୍ଛା ଭୁଲ ନିଷ୍ପତ୍ତି ନେଲେ । ଆଉ ମଧ୍ୟ ସେହି ୨ ଜଣ ଙ୍କୁ ପୂର୍ବ ନଭେମ୍ବର ରୁ ୮ ମାସର ମାସିକ ପ୍ରୋତ୍ସାହନ ବାବଦ କୁ ୨୨ ହଜାର ଟଙ୍କା ପ୍ରଦାନ କାହା ସ୍ୱାର୍ଥରେ । ସଭାନେତ୍ରୀ ଏବଂ କମିଟି ର ଭୁଲ ନିଷ୍ପତ୍ତି ପାଇଁ ଏବେ କର୍ମଚାରୀ ମାନଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି । ଜରୁରୀ ଥିବା ଲୋକସ ଏଣ୍ଟ୍ରି କରିବାରେ ସମସ୍ୟା ଉପୁଜିଛି । ତେଣୁକରି ସମସ୍ତ କର୍ମଚାରୀ ବିପିଏମ ରିଗାନୁସ ଏକ୍କା କୁ ଅବଗତ କରିଥିଲେ । ସେ ନିରବ ଏ ଉପରେ ନିରବ ରହିଗଲେ । ଏହାକୁ ଆଧାର କରି ବାହାରିଆ କଥା କୁ ନେଇ ସଭାନେତ୍ରୀ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କଲେ । ପ୍ରତି ମିଟିଙ୍ଗ ରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ । ଏସବୁ ସତ୍ୱେ ଭବିଷ୍ୟତ ରେ ନିଜକୁ ଅସୁବିଧା ନ ହେଉ ବୋଲି ଏହାର ସମାଧାନ କରାଯିବା ପାଇଁ କଲମପୁର ବିଡ଼ିଓ ଏବଂ ବ୍ଲକ ସ୍ତରୀୟ କମିଟି ଙ୍କୁ ଗତ ଜୁଲାଇ ୨୪ ତାରିଖରେ ଲିଖିତ ଭାବେ ଅଭିଯୋଗ କଲେ । ବାରମ୍ବାର ବ୍ଲକ ପ୍ରଶାସନ କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏହାର ସମାଧାନ ଏଯାଏଁ କରାଯାଇପାରି ନାହିଁ । ଯାହାଫଳରେ ଏହାକୁ କେନ୍ଦ୍ରକରି ସଭାନେତ୍ରୀ ଉଗ୍ରରୂପ ଧରି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଗତ ଅଗଷ୍ଟ ୩୧ ତାରିଖ ରେ ବ୍ଲକ ସ୍ତରୀୟ ଏକ ମିଟିଙ୍ଗ ଚାଲିଥିବା ବେଳେ ସମସ୍ତ ଙ୍କ ଉପସ୍ଥିତ ରେ ଏମବିକେ ସତ୍ୟଭାମା ସୁନାନୀ ଙ୍କୁ ପ୍ରବଳ ମାତ୍ରାରେ ପାଟିତୁଣ୍ଡ କରି ଧମକ ଚମକ, ଗାଳିଗୁଲଜ କରି ଚେତାବନୀ ଦେଇଥିଲେ । ଏହାଦ୍ୱାରା ମୋର ସମ୍ମାନ ହାନୀ ହୋଇଛି, ମୋତେ ଭୟଭୀତ ଲାଗୁଛି କେତେବେଳେ ମୋ ପରିବାର ଉପରେ ମଧ୍ୟ ବିପଦ ସୃଷ୍ଟି କରିବ । ଯେହେତୁ ସଭାନେତ୍ରୀ ଙ୍କର ଏଭଳି ଏହା ଅଭ୍ୟାସଗତ ଆଚରଣ ଏଣୁ ଏହାର ନ୍ୟାୟିକ ବିଚାର କରିବା ପାଇଁ ରବିବାର ପୋଲିସ ର ଦ୍ୱାରସ୍ଥ ହୋଇଥିବା ଏମବିକେ କହିଛନ୍ତି । ଏତେ ସତ୍ୱେ ମଧ୍ୟ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନ ନେବା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଭାନେତ୍ରୀ ଏବଂ କମିଟି ଖୋଲାଖୋଲି ଆଇନ ଉଲଂଘନ କାର୍ଯ୍ୟ କରିଛନ୍ତି । ବେଆଇନ କାର୍ଯ୍ୟ ରେ ଲିପ୍ତ ଥିବା ସତ୍ୱେ ଏମାନଙ୍କ ବିରୁଦ୍ଧରେ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଏଭଳି ଭୁଲ ପ୍ରତି ଯଦି ପ୍ରଶାସନ ନିରବ ରହେ ତାହେଲେ ଆଗକୁ ଦୁର୍ନୀତି ବଢିଚାଲିବ ଏବଂ ଏକ ଭୟଙ୍କର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଏଣୁ ଜିଲ୍ଲା ପ୍ରଶାସନ ଏ ଉପରେ ଶୀଘ୍ର ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବୀ ହେଉଛି ।
Post a Comment