ଇଂଜିନିୟର ରାଜେଶ କୁମାର ମହାକୁଡ଼ଙ୍କ ସମ୍ମାନଜନକ ଡକ୍ଟରେଟ୍ ଲାଭ


ବାଲେଶ୍ୱର, ୩/୯ (ଲକ୍ଷ୍ମୀଧର ବାରିକ): ଯୁବନେତା ତଥା ବାଲେଶ୍ଵର ଜିଲ୍ଲାର ଖଇରା ସିମୁଳିଆ ଅଞ୍ଚଳର ସୁପରିଚିତ ସମାଜସେବୀ ଇଂଜିନିୟର ରାଜେଶ କୁମାର ମହାକୁଡ଼ଙ୍କୁ ଆମେରିକା ସ୍ଥିତ "ୱାଶିଂଟନ ଡିଜିଟାଲ ୟୁନିଭରସିଟି" ତରଫରୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧ୍ୟୀ ପ୍ରଦାନ କରାଯାଇଛି। ମୁମ୍ବାଇ ଠାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଇଞ୍ଜନିୟର ରାଜେଶ କୁମାର ମହାକୁଡ଼ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନଜନକ ଡକ୍ଟରେଟ୍ ଉପାଧୀ ୱାଶିଂଟନ ଡିଜିଟାଲ ୟୁନିଭରସିଟିର ଶିକ୍ଷା ପରାମର୍ଶ ଦାତା ଡ଼ ରାଣ୍ଡ ମା ପାଥରେଜ, ମୁମ୍ବାଇ ବିଶ୍ଵବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଡ଼ ଦୀନେଶ କୁମ୍ବଲେ, ସିଏସ୍‌ଏମ୍‌ ୟୁନିଭରସିଟିର କୁଳପତି ଡ଼ କେଶରୀଲାଲ ବର୍ମା, ସାଂସଦ ସୁଖଦେଓ ଭଗତ, ସୁପ୍ରିମ୍‌ କୋର୍ଟ ଆଡ଼ଭୋକେଟ୍‌ ମନୋଜ ଚନ୍ଦ୍ରନାୟାର, ୟୁରୋ ଏସିଆନ୍‌ ବିଶ୍ବବିଦ୍ୟାଳୟର କୁଳପତି ସବାସଷ୍ଟିନ୍‌ ମେଣ୍ଡେସ୍‌ ପ୍ରମୁଖ ଉପସ୍ତିତ ରହି ଉକ୍ତ ସମ୍ମାନ ପ୍ରଦାନ କରିଥିଲେ । ବାଲେଶ୍ଵର ଜିଲ୍ଲା ଖଇରା ସିମୁଳିଆ ଅଞ୍ଚଳର ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ମହାକୁଡ଼ ଏବଂ ସୁକାନ୍ତି ମହାକୁଡ଼ଙ୍କ ପୁତ୍ର ଇଂଜିନିୟର ରାଜେଶ କୁମାର ମହାକୁଡ଼ ସମାଜସେବା କ୍ଷେତ୍ରରେ ନିଜର ଜୀବନ ଉତ୍ସର୍ଗୀକୃତ କରି ଯୁକ୍ତ ଦୁଇ ଠାରୁ ନିରତ୍ନର ଲୋକମାନଙ୍କ ସେବା, ବିଭିନ୍ନ ଅନୁଷ୍ଠାନ ସହିତ ଯୋଡ଼ିହୋଇ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାମ କରିବା ୨୦ ରୁ ଉର୍ଦ୍ଧ ଅନୁଷ୍ଠାନ ରେ ରହି ଦାୟିତ୍ଵ ତୁଲାଇବା ସହିତ ୬୦ ରୁ ଉର୍ଦ୍ଧ୍ବ ରାଜ୍ୟ ସ୍ତରୀୟ , ସର୍ବଭାରତୀୟ , ସରକାରୀ ଓ ବେସରକାରୀ ସ୍ତରରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହେବସହିତ ୨୦୨୨ ରେ ଓଡ଼ିଶାର ସରକାରଙ୍କ ତରଫରୁ ମେକ୍ ଇନ୍ ଓଡ଼ିଶା ରେ ମଧ୍ୟ ସ୍ଥାନ ପାଇଥିଲେ । ତାଙ୍କର ସମାଜ ସେବାରେ ଥିବା ନିଜର ବିଶେଷ ଅବଦାନ ପାଇଁ ପାଇଥିବା ଏହି ସମ୍ମାନକୁ ନିଜ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସର୍ବଶେଷରେ ଏହି ସମ୍ମାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ପରିବାର ର ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଇଂଜିନିୟର ଡ଼ ରାଜେଶ କୁମାର ମହାକୁଡ଼ ପ୍ରକାଶ କରିଛନ୍ତି । ଇଂଜିନିୟର ରାଜେଶ କୁମାର ମହାକୁଡ଼ଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧୀ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କେବଳ ଖଇରା ସିମୁଳିଆ ଅଞ୍ଚଳ ନୁହେଁ, ଇଂଜିନିୟର ମହାକୁଡ଼ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ସଙ୍ଗଠନ ମାଧ୍ଯମରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ ରତ ।

Post a Comment

Previous Post Next Post