ସିନ୍ଧେକେଲା,୧୮/୨ (ଦୀନେଶ ଜୈନ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ନିକଟବର୍ତ୍ତୀ ପିତାମହୁଲ ଗାଁ ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଏଥିପାଇଁ ରବିବାର ଦିନ ଅଧିବାସ ଦିବସରେ କଲସଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଦିନ ସକାଳ ୭:୩୫ ରୁ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା । ନରହରି ପୁଞ୍ଜି ଓ ତାଙ୍କ ପତ୍ନୀ ପୁତୁନା ପୁଞ୍ଜି କର୍ତ୍ତା ଦାୟିତ୍ଵ ତୁଳାଇଥିବା ବେଳେ ପୂଜକ ଭାବରେ ରାଜ୍ ପୁରୋହିତ ଆଚାର୍ଯ୍ୟ ଉମାଶଙ୍କର ତ୍ରିପାଠୀ ଓ ଜପକ ଭାବରେ ଗୁଣନିଧି ପାଣିଗ୍ରାହୀ ଯୋଗଦେଇ ପୂଜା କାର୍ୟ ସମ୍ପାଦିତ ସହ ମନ୍ତ୍ରପାଠ କରିଥିଲେ । କମିଟ ସଭାପତି କରମ ଚାନ୍ଦ ଜୈନ ଓ ମାର୍ଗ ଦର୍ଶକ ଗମ୍ଭୀର ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରହରୀରେ ମୂଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ମାନିତ ଅତିଥିଭାବରେ ସମାଜସେବୀ ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ ପ୍ରମୁଖ ଯୋଗଦେଇ ପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ । ନାମ ଯଜ୍ଞ ଦେଖିବା ପାଇଁ ପାଖ ଆଖରୁ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । ଶେଷରେ ମଙ୍ଗଳବାର ଦିନ ପୂର୍ଣ୍ଣାହୂତି କରି ପୂଜା ସମାପ୍ତି କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତୃପାମୟ ପୁଞ୍ଜି,ବାବୁଲାଲ ବାଗ, ଦିନ ବାଗ, ତେଜରାଜ ପୁଞ୍ଜି, ଡୁଳମଣି ପୁଞ୍ଜି, ପରମାନନ୍ଦ ଖର୍ସେଲ, ଅନନ୍ତ ବାଗ ଏବଂ ମନୋରଂଜନ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Post a Comment