ଗ୍ରାମରେ ମଦମୁକ୍ତ କରିବା ପାଇଁ ଅଂଟା ଭିଡ଼ିଲେ ମହିଳା

ରେଲି ମାଧ୍ୟମରେ ଦେଲେ ଗ୍ରାମବାସୀ ଙ୍କୁ ସଚେତନତା ବାର୍ତ୍ତା


କଲମପୁର,୦୪/୦୯(ଶରତ ଚନ୍ଦ୍ର ସୁନାନୀ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପାଣ୍ଡିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତ୍ରବସା ଗ୍ରାମରେ ବେଆଇନ ମଦ କୋଠି ଗୁଡିକ ସ୍ଥାନେ ସ୍ଥାନେ ରହିଥିବାରୁ ଏହାକୁ ବନ୍ଦ କରିବା ପାଇଁ ଗ୍ରାମର ମହିଳା ମାନେ ଏକାଠି ହୋଇ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଯେତେ ବେଆଇନ ମଦ କୋଠି ରହିଛି ସେ ଗୁଡିକ ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠୀ। ଗ୍ରାମର ସୁନ୍ଦର ବିହାରୀ, ବୈବସୁତ କେତକୀ, ନବୀନା ନାଏକ ଏବଂ ଯୁଧିଷ୍ଠିର ନାଏକ ଚୋରା ମଦ ଏବଂ ଗଞ୍ଜାଇ ବିକ୍ରି କରୁଥିବାରୁ ସେମାନେ ଆଗାମୀ ଦିନରେ ଯଦି ମଦ ବିକ୍ରି ବନ୍ଦ ନ କରନ୍ତି,ତେବେ ତାଙ୍କ ପ୍ରତି ଦଣ୍ଡବିଧାନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀ ଙ୍କୁ ଏଥିପାଇଁ ସହଯୋଗ ମାଗିବା ସହ ଆଗାମୀ ଦିନରେ ପୋଲିସ ଥାନା ଏବଂ ବିଡ଼ିଓ ଙ୍କୁ ଦାବିପତ୍ର ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପରେ ସମସ୍ତ ମହିଳା ଗ୍ରାମରେ ଏକ ରେଲି ମାଧ୍ୟମରେ ଗ୍ରାମରେ ମଦ ଏବଂ ଗଞ୍ଜାଇ ବିକ୍ରି ବନ୍ଦ କରାଯାଉ ବୋଲି ସ୍ଲୋଗାନ ଦେଇ ଗ୍ରାମବାସୀ ଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ଉକ୍ତ ସଚେତନତା ରେଲିରେ ସୁଷମା ବେହେରା ଙ୍କ ନେତୃତ୍ୱରେ ଭୂମିସୁତା ଲୁହାର, ଶାନ୍ତିଲତା ରାଉତ, ରୀନା ପ୍ରଧାନୀ ଙ୍କ ସମେତ ଗ୍ରାମର ଶତାଧିକ ମହିଳା ଉପସ୍ଥିତ ରହିଥିଲେ।

Post a Comment

Previous Post Next Post