ବଟାଲିୟନ୍ କମାଇଣ୍ଡରଙ୍କ ଇନଷ୍ଟିଚ୍ୟୁସନ୍ ଭିଜିଟ୍


ଅସ୍ତରଙ୍ଗ ୦୪/୦୯ (ଅଲେଖ ବିଶ୍ଵାଳ) ଆଜି ସକାଳ ୧୦ ଘଟିକା ସମୟରେ ଛଅ ଓଡ଼ିଶା ବଟାଲିୟନ୍, ପୁରୀର କମାଇଣ୍ଡିଂ ଅଫିସର୍ କର୍ଣ୍ଣେଲ ସୁଦୀପ ସିହ୍ନା ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ରେ ପରିଦର୍ଶନରେ ପହଞ୍ଚିଥିଲେ ଏବଂ ପହଞ୍ଚିବାପରେ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ଏନସିସି ଅଫିସର ଫାଷ୍ଟ ଅଫିସର ଶ୍ରୀଯୁକ୍ତ ପ୍ରିୟବ୍ରତ ପରିଡ଼ା ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ପରେ ବିଦ୍ୟାଳୟର  କ୍ୟାଡେଟ ମାନଙ୍କ ଦ୍ଵାରା ଗାର୍ଡ ଅଫ୍ ଅନର୍ ଦେବା ସଙ୍ଗେ ସଙ୍ଗେ ସ୍କାଉଟିଙ୍ଗ୍ କରିଥିଲେ।ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପରିଡ଼ା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।ପରେ କର୍ଣ୍ଣେଲ ଶ୍ରୀ ସିହ୍ନା ବିଦ୍ୟାଳୟର ଏନସିସି କାର୍ଯ୍ୟାଳୟ ଓ କାଗଜପତ୍ର ନିରୀକ୍ଷଣ କରି ସାରିବା ପରେ କ୍ୟାଡେଟ ମାନଙ୍କ ସହିତ ଭାବ ବିନିମୟ କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ଏହି ପରିଦର୍ଶନ ସମୟରେ କର୍ଣ୍ଣେଲ ସିହ୍ନା ଙ୍କ ସହିତ ମଙ୍ଗଳା ମହାବିଦ୍ୟାଳୟ ର ଏନସିସି ଅଫିସର ଲେଫ୍ଟନାଣ୍ଟ ସୂର୍ଯ୍ୟକାନ୍ତ, ଭଗବତୀ ମହାବିଦ୍ୟାଳୟର ଏନସିସି ଅଫିସର ଲେଫ୍ଟନାଣ୍ଟ ବିନୟ ଭୂଷଣ ମହାନ୍ତି ଉପସ୍ଥିତ ଥିଲେ।

Post a Comment

Previous Post Next Post