କଲମପୁର,୦୪/୦୯(ଶରତ ଚନ୍ଦ୍ର ସୁନାନୀ) କଲମପୁର ବ୍ଲକ ଅନ୍ତର୍ଗତ ହାତୀନଦୀ ବନ୍ୟା ପ୍ରଭାବିତ ବାଲିଛଡା ଗାଁ ର ସ୍କୁଲକୋଠା ଅଧାପନ୍ତରିଆ ଅବସ୍ଥା ନେ଼ଇ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା। ଏହାକୁ ଭିତ୍ତି କରି କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ସହ ବାଲିଛଡା ଗାଁ ରେ ପହଞ୍ଚି ଅଧାପନ୍ତରିଆ ବିଦ୍ୟାଳୟ କୋଠା ର ତଦନ୍ତ କରିଥିଲେ। ସ୍କୁଲକୋଠା ନିର୍ମାଣରେ ନିମ୍ନ ମାନର କାମ ହେଉଥିବା ବିଡ଼ିଓ ଙ୍କୁ ଗ୍ରାମବାସୀ ଅଭିଯୋଗ କରିବା ସହ ଏଥିପୁର୍ବରୁ ୨ ଟି କୋଠା ନିର୍ମାଣ କରିବା ସମୟରେ ଛାତ ରେ ଫାଟ ସୃଷ୍ଟି ହୋଇଥିଲା। ଯାହାକି ତାହା କାର୍ଯ୍ୟରେ ମଧ୍ୟ ଆସିପାରି ନାହିଁ। ତେଣୁ ସେଇଭଳି ପୁନରାବୃତ୍ତି ନ ହେଉ ଏବଂ ରାଜସ୍ବ ଅର୍ଥ ର ସୁବିନିଯୋଗ ହେଉ ବୋଲି ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ। ବିଡ଼ିଓ ଶ୍ରୀ ମାଣ୍ଡାଙ୍ଗି ଏହାର ସ୍ଥାୟୀତ୍ବ ଉପରେ ଅଧିକ ତଦନ୍ତ କରି ଆଗାମୀ ୧୫ ଦିନ ଭିତରେ ଏହି ଅଟକି ରହିଥିବା କାମର ସମ୍ପୁର୍ଣ୍ଣତା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ଙ୍କ ତତ୍ପରତା ପାଇଁ ଗ୍ରାମର ସହଦେବ ବେମାଲ, ଭୁଜବଳ କରୁଆ, ସୁବ୍ରତ ବେହେରା, କୁମୁଦ ବେମାଲ ପ୍ରମୁଖ ଗଣମାଧ୍ୟମ କୁ ଧନ୍ୟବାଦ ଜଣାଇଛନ୍ତି।

Post a Comment