ଧର୍ମଗଡ ,୫।୯(ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଅସୀମା ଦୋରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶ୍ରୀ ଶିବାନୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ଯୋଗ ଦେଇ ଥିଲେ । ପ୍ରଦର୍ଶନୀ ରେ ଗଣିତ ଓ ବିଜ୍ଞାନ କୁ ମିଶାଇ ମୋଟ ୩୨ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଅତିଥି ମାନେ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଓ ସ୍ୱଳ୍ପ ମୂଲ୍ୟର ଜିନିଷ ବ୍ୟବହାର କରି ବିଜ୍ଞାନ ପ୍ରକଳ୍ପ କିପରି ପ୍ରସ୍ତୁତ କରାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପୁରସ୍କୃତ କରାଯିବା ସହିତ ବରିଷ୍ଠ ବିଭାଗରେ ପୁଷ୍ପାଞ୍ଜଳୀ ମାଝୀ ପ୍ରଥମ, ଗୀତାଞ୍ଜଳି ପୁଝାରୀ ଦ୍ବିତୀୟ, ନମିତା ନାଗ ତୃତୀୟ ସେହିପରି କନିଷ୍ଠ ବିଭାଗ ରେ ନନ୍ଦିନୀ ମାଝୀ ପ୍ରଥମ , ରଞ୍ଜିତା ମାଝୀ ଦ୍ଵିତୀୟ,ବିଳାସିନୀ ମାଝୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ରୁପେନ୍ଦ୍ର ବାଣୁଆ, ଜିତେନ୍ଦ୍ର ନାଏକଓ ଚୈତନ୍ୟ ମେହେର ବିଚାରକ ଭାବେ ସହଯୋଗ କରିଥିଲେ। ସହ ଶିକ୍ଷକ ହିମାଂଶୁ ଶେଖର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଧାଂଶୁ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ। ବିଜ୍ଞାନ ଶିକ୍ଷକ ସୁବାଷ ଚନ୍ଦ୍ର ବାଗ ଓ ପରୀମିତା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହ ଶିକ୍ଷକ ତରୁଣ ଦଳାଇ,ବିକାଶ ରଞ୍ଜନ ପଧାନ,ଦୀପକ ରଞ୍ଜନ ପଣ୍ଡା, ଲକ୍ଷ୍ମୀଧର ବାଗ, ସର୍ମିଷ୍ଠା ଗୋପାଳ, ମିନା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Post a Comment