ସିନାପାଲି ଶିଶୁମନ୍ଦିରରେ ଗୁରୁଦିବସ ପାଳନ


ସିନାପାଲି ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ଠାରେ ଗୁରୁବାର ଗୁରୁଦିବସ ପାଳନ କରାଯାଇଛି । କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉପେଂଦ୍ର କୁମାର ଧାକଡ଼ ଯୋଗଦେଇ ଗୁରୁଦିବସର ମହତ୍ୱ ବିଷୟରେ ବର୍ଣ୍ଣନା କରିବା ସହ ଉପସ୍ଥିତ ଭାଇଭଉଣୀଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରାରମ୍ଭରେ ପ୍ରଧାନଗୁରୁଜୀ ଚରଣ ନେତାମ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଭାଇଭଉଣୀ ମାନେ ଗୁରୁପୂଜନ କରିଥିଲେ । ମୁଖ୍ଯଅତିଥିଙ୍କୁ ଉପଢ଼ୌକନ ଦେଇ ସ୍ବପ୍ନକୁମାର କାଣ୍ତ ସମ୍ମାନିତ କରିଥିଲେ । ଆଚାର୍ଯ୍ଯ ଧନେଶ୍ୱର କାଣ୍ତ ମଂଚ ପରିଚାଳନା କରିଥିବା ବେଳେ ଆଚାର୍ଯ୍ଯା ମିନାକ୍ଷୀ ପାଢ଼ୀ ଶେଷରେ ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ବିଦ୍ଯାଳୟର ସମସ୍ତ ଗୁରୁଜୀଗୁରୁମା ଓ ସେବକସେବୀକା ସହଯୋଗ କରିଥିଲେ । ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post