ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁ ଦିବସ ପାଳନ


ପବିତ୍ର ଗୁରୁ ଦିବସ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାହାଙ୍ଗା ବ୍ଲକର କଇଥା ପଞ୍ଚାୟତର ଆନନ୍ଦ ବଜାରରେ ଥିବା ଶିକ୍ଷା ଅନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟର ଗୁରୁ ମାଆ ମାନଙ୍କୁ ସମ୍ମାନ ଜଣାଇ ଗୁରୁ ପୂଜନ ହୋଇଥିଲା ଏବଂ ମୂଲ୍ୟବାନ ସମୟ ଦେଇ ଶିକ୍ଷାଦାନ କରୁଥିବା ପବିତ୍ର ପୂର୍ଣ୍ଣ ଗୁରୁ ଦିବସରେ ବାର ଜଣ ଶିକ୍ଷୟତ୍ରୀଙ୍କୁ ଉପହାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ଭାରତର ପୂର୍ବତନ ରାଷ୍ଟ୍ରପତି ରାଷ୍ଟ୍ରନୀତିଜ୍ଞ କୋଟି ଜନତାଙ୍କ ମାର୍ଗଦର୍ଶକ ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଭକ୍ତି ନୈବେଦ୍ୟ ଜଣାଇ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମେୟୀ ଶ୍ରି ଗୁରବେ ନମଃ ଗୁରୁ ଏକ ପଦବୀ ନୁହଁ,ବରଂ କୋଟି କୋଟି ପଦବୀକୁ ପରିଚୟ ଦେଉଥିବା ଏକ ମହାନକ ଆତ୍ମା,ବ୍ଯକ୍ତି ନିର୍ମାଣ ତଥା ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ। ଅଜ୍ଞାନର ଅନ୍ଧକାରରୁ ଆଲୋକର ମାର୍ଗରେ ପରିଚାଳିତ କରିବାରେ ଗୁରୁ ହିଁ ଶ୍ରେଷ୍ଠ ପଥ ପ୍ରଦର୍ଶକ। ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁ ଦିବସ ପାଳନ କରାଯାଇ ଥିଲା,ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଗୁରୁ ମାଆ ମାନେ ସମ୍ମାନିତ ହୋଇ ଖୁସି ହୋଇ ସମ୍ଭବ ଚାରିଟେବୁଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇ ଥିଲେ,ସେବା କାର୍ଯ୍ୟକ୍ରମରେ ସମ୍ଭବ ପରିବାର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ସଦସ୍ୟ ସୁମିତ୍ରା ପରିଡ଼ା ସଦସ୍ୟ ରୋଜାଲିନ ସାମଲ,ସଞ୍ଜୟ ସାହୁ ଉପସ୍ଥିତ ଥିଲେ ।

Post a Comment

Previous Post Next Post