କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ର ଇଚ୍ଛାପୁର ଗ୍ରାମର ଅନେକ ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ର ସଦଶ୍ୟମାନ ଏକତ୍ରିତ ହୋଇ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପରିବେଷ ର ସୁରକ୍ଷା ନିମିତ୍ତ ଇଚ୍ଛାପୁର ଗ୍ରାମ ରୁ ଠୋଙ୍ଗୋ ରାସ୍ତାର ଦୁଇପାର୍ଶ୍ଵରେ ବହୁ ସଂଖ୍ୟା ରେ ଅଁଲା,ନିମ୍ବ,ଜାମ, କଦମ୍ବ, ଶିଶୁ, ପଣସ, ନୀଳିଗିରି ଗଛ ପରି ଅନେକ ଚାରା ରୋପଣ କରିଛନ୍ତି । ରାଜ୍ୟ ରେ ନୁଆଁ ସରକାର `ମାକେ ନାମ ଏକ ପେଡ଼' କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ବନ ବିଭାଗ ର ସହଯୋଗ ରେ ଗ୍ରାମର ଅନେକ ମହିଳା ସ୍ଵୟ ସହାୟିକ ଗୋଷ୍ଠୀର ମହିଳା ମାନେ ଏହି ମହତ କାର୍ଯ୍ୟ କୁ ସଫଳ କରିଛନ୍ତି । ମହିଳା ମାନେ କହିବା ମୁତାବକ ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଷ ସୁରକ୍ଷା ସହିତ ପୃଥିବୀ ର ଆୟୁଷ ବଢାଇବା ସହ ପୃଥିବୀ ପୃଷ୍ଠ ରେ ବସବାସ କରୁଥିବା ସମାଜ କୁ ମୁକ୍ତ ଅମ୍ଳଜାନ ପ୍ରଦାନ କରିବାରେ ସହାୟକ ହେବ ବୋଲି ଦୃଢ଼ ଆଶା କରନ୍ତି ଓ ଗଛ ଗୁଡିକୁ ବଞ୍ଚାଇ ରଖିବୁ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି।ସମସ୍ତେ ଆଗକୁ ଆସି ଜଣେ ଜଣେ ଅତି କମ୍ରେ ଗୋଟିଏ ରୁ ଉର୍ଦ୍ଧ ଗଛ ଲଗାଇ ନିଜ ସନ୍ତାନ ପରି ଯତ୍ନ କରି ଗଛକୁ ସୁରକ୍ଷା ଦେବୁ ଓ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହ କରିବୁ ବୋଲି ମହିଳା ମାନେ ସଂକଳ୍ପବଦ୍ଧ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମା ତାରିଣୀ ସ୍ଵୟଂସହାୟକ ଗୋଷ୍ଠିରୁ ଅର୍ଚ୍ଚନା ବିଶ୍ୱାଳ, ସନ୍ତୋଷିନି ବିଶ୍ଵାଲ,ଗମିତା ବିଶ୍ୱାଳ, ଜୟକୁମାରୀ ବିଶ୍ୱାଳ, ଚନ୍ଦ୍ରକାନ୍ତି ବିଶ୍ୱାଳ, ଅହଲ୍ୟା ବିଶ୍ଵାଳ, ସନ୍ତୋସିନି ପ୍ରଧାନ, ପ୍ରତିମା ବିଶ୍ୱାଳ,ମା ମଙ୍ଗଳା ଗୋଷ୍ଠୀରୁ ତୁଳସୀ ସାହୁ, ଜୟ ଶ୍ରୀକ୍ରିଷ୍ଣା ଗୋଷ୍ଠୀରୁ ଦୀପିକା ପ୍ରଧାନ, ସଂଗୀତା ପ୍ରଧାନ, ସନ୍ତୋଷିନି ପ୍ରଧାନ, ବୈଷ୍ଣବୀ ସାହୁ,ଜୟ ହନୁମାନ ଗୋଷ୍ଠୀରୁ ଜାନକୀ ରାଉତ, ରେବତି ସାହୁ, ଆହ୍ଲାଦିନି ପ୍ରଧାନ,ଜୟ ମା ସୁନାଦେଇ ଗୋଷ୍ଠିରୁ ବିଲାଶ ପ୍ରଧାନ, ଜ୍ୟୋତିର୍ମୟୀ ବିଶ୍ୱାଳ, ରଶ୍ମିତା ଦନସେନା, ଭାଗ୍ୟବତି ବିଶ୍ୱାଳ, ହିମାଦ୍ରି ବିଶ୍ଵାଳ,ମଲ୍ଲୀ ପ୍ରଧାନ ସହିତ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଓ ଅନେକ ସ୍ଥାନୀୟ ମହିଳା ଓ ପୁରୁଷ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।

Post a Comment