ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ


ନୁଆପଡ଼ା (ବିରବଲ ପ୍ରଧାନ) ସାଧାରଣ ନିର୍ବାଚନ ପାଇଁ ନୂଆପଡା ବିଧାନସଭା ରୁ କଂଗ୍ରେସ ପ୍ରାର୍ଥୀ ଭାବେ ଶରତ ପଟ୍ଟନାୟକ ମଙ୍ଗଳବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀ ରେ ଶ୍ରୀ ପଟ୍ଟନାୟକ ତାଙ୍କର ସମର୍ଥକଙ୍କ ଓ ଶହସ୍ରାଧିକ କଂଗ୍ରେସ କର୍ମୀଙ୍କ ସହିତ ଖରିଆର ରୋଡ ଶିବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । କଂଗ୍ରେସର କେନ୍ଦ୍ର ଶୀର୍ଷ ନେତୃତ୍ବକୁ ଧନ୍ୟବାଦ ଜଣାଇବା ସହିତ ସବୁ ବେଳେ ଲୋକଙ୍କ ସହିତ ଜଡିତ ରହି ତାଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଜିଲ୍ଲାପରିଷଦ ସଦସ୍ୟ ଭରତ ରାଉତ, ଜିଲ୍ଲା ସଭାପତି ସୁରେଶ ଆଜାଦ, ହଲ୍ଲା ସିଂ,ଦେବଦତ୍ତ ଦୀକ୍ଷିତ, ଅଭୟ ଯୋଶୀ, ଯୁବ ସଭାପତି ଅମିତ ଅହୀର, ଯୁବ ନେତା ସାହାରୁଖ ଖାନ, ପାସା ମହାନନ୍ଦ, ରାଜେଶ ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Post a Comment

Previous Post Next Post