କଫସିରପ ଜବତ ମହିଳା ଗିରଫ


କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଳା କୋମନା ପୁରୁଣା ବ୍ଲକ ଛକଠାରେ ମଙ୍ଗଳବାର ନୂଆପଡ଼ା ଅବକାରୀ ବିଭାଗ କଫ୍ ସିରପ ଜବତ ସହ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ କୋମନା ଜୁନାଗଡ ପଡାର ଶୈଳ ବିଶି (୪୦)। ସୂଚନା ମୁତାବକ ପୂର୍ବାହ୍ନରେ ନୂଆପଡା ଅବକାରୀ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଶୈଳ ବେଆଇନ ଭାବରେ କଫ ସିରପ ବିକ୍ରୟ କରୁଥିବା ଖବର ପାଇଥିଲା। ଅବକାରୀ ବିଭାଗ କର୍ମଚାରୀ ଚଢାଉ କରି ଶୈଳଙ୍କଠାରୁ ୮୫ ବୋତଲ କଫ ସିରପ ଜବତ କରି ତାଙ୍କୁ ଗିରଫ କରିଥିଲେ। ଏହି ଚଢାଉ ସମୟରେ ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ତାଣ୍ଡି, ସଞ୍ଜିବ ବେହେରା, ଏଏସ୍‌ଆଇ ହିଙ୍ଗୁଳା ଦାସ, ପୁରୋହିତ ବନଛୋର, ପ୍ରଶାନ୍ତ ନାଏକ, ଦୀପାଞ୍ଜଳି ତିବାରୀ ପ୍ରମୁଖ ସାମିଲ ଥିଲେ ।

Post a Comment

Previous Post Next Post