ହଜାର ହଜାର କର୍ମୀ ଙ୍କ ନାମାଙ୍କନ ପତ୍ର ଦାଖଲ କଲେ ନୂଆପଡ଼ା ବିଜେଡ଼ି ପ୍ରାର୍ଥୀ


ନୂଆପଡା : ନୂଆପଡା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନିଜର କର୍ମୀଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନୂଆପଡା ଖରିଆରରୋଡ଼ ଦାଦିଜି ଭବନ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରି ଖରୀଆର ରୋଡ ର ଵିଜୁ ପଟ୍ଟନାୟକ ଛକ ରେ ପହଞ୍ଚି ଵିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ନୂଆପଡା ଅଭିମୁଖେ ବାହାରି ନୂଆପଡା କୁ ପହଞ୍ଚି ଏକତା ଛକ ଠାରେ ଅବସ୍ଥିତ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାଶିରାମ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ନୂଆପଡା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କର୍ମକର୍ତ୍ତା ଙ୍କ ପହଞ୍ଚି ଥିଲେ ଓ ନିର୍ବାଚନ ଅଧିକାରୀ ଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ଏହି ଅବସରରେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଜିଲ୍ଲାପରିଷଦ ଅଧକ୍ଷା ଡଲି ମାଝୀ, କୋମନା ବ୍ଲକ ଅଧକ୍ଷା ଅନୁସୟା କୁମ୍ଭାର, ଜିଲ୍ଲାପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ମୁରଲୀ ଭୋଇ, ଉମା ଠାକୁର, ସହିତ ବିଜେଡି ବିଧାୟକ ପ୍ରତିନିଧି ଜୟ ଢୋଲକିଆ, କାଳିଆ ପ୍ରଧାନ, ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post