କୋମନା ପୋଲିସ ଦ୍ୱାରା ୫କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ


କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ସେମେଲପାଲି ଗାଁ ପାଖ ରେ କୋମନା ପୋଲିସ ଚଢଉକରି ୫କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇଅଭିଯୁକ୍ତ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଁପାଲି ଗାଁର ଗଣେଶ ଭୋଇ ଓ ମହତାବ ଭୋଇ। ଏନେଇ ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଚାଲଥୁବା କୋମନା ଆଇଆଇସି ସୁମନ୍ତ ନାଏକ ସୂଚନା ଦେଇଛନ୍ତି। ଗତକାଲି ପୁଲିସ ସେମେଲପାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ସେମେଲପାଲି ବସଷ୍ଟାଣ୍ଡରେ ଦୁଇଜଣ ଅଜଣା ବ୍ୟକ୍ତି ଏକ ବ୍ୟାଗ ଧରି ଛିଡା ହୋଇଥିଲେ। ପୁଲିସ ସନ୍ଦେହରେ ଯାଞ୍ଚ କରିବାରୁ ବ୍ୟାଗରେ ଗଞ୍ଜେଇ ବାହାରିଥିଲା । ଦୁଇ ଅଭିଯୁକ୍ତ ଫୁଲବାଣି ଜିଲ୍ଲାରୁ କୋମନା ଅଞ୍ଚଳକୁ ଗଞ୍ଜେଇ ଚାଳାଣ କରୁଥିଲେ। ସେମେଲପାଲି ବସଷ୍ଟାଣ୍ଡରେ ବିକ୍ରି କରିବାକୁ ଗ୍ରାହକକୁ ଅପେକ୍ଷା କରିଥିଲେ। ଆଜି ମଧ୍ୟାହ୍ନରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Post a Comment

Previous Post Next Post