ନୁଆପଡ଼ା (ବିରବଲ ପ୍ରଧାନ) ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖଡିଆଳ ଡିଭିଜନ ର ଖଡିଆଳ ରେଞ୍ଜ , ବୋଡ଼େନ ସେକ୍ସନ ତରଫରୁ ଡ଼ିଭିଜନ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ଜଙ୍ଗଲ ବିଭାଗ ଟେରିଟୋରିଆଲ ସେକ୍ସନ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ବୋଡ଼େନ ଓ ଜାମଖୁଣ୍ଟା ଗ୍ରାମର ଶତାଧିକ କେନ୍ଦୁପତ୍ର ତୋଳାଳୀ ଘେରାଉ କରିଥିଲେ। ବୋଡ଼େନ୍ କେନ୍ଦୁପତ୍ର ଫଡ଼ି ର ପତ୍ର ସୁଖାଇବା ଖଳା ଓ ପଡିଆ ଦୀର୍ଘ କୋଡ଼ିଏ ବର୍ଷ ହେବ କେନ୍ଦୁପତ୍ର ସେକ୍ସନ ଅଫିସ୍ ସାମ୍ନା ରେ ରାସ୍ତା ଆର ପାର୍ଶ୍ଵ ପଡ଼ିଆ ରେ ଚାଲି ଅଛି। କିନ୍ତୁ ଜଙ୍ଗଲ ବିଭାଗ(ଟେରିଟରିଆଲ) ତରଫରୁ ହଠାତ ବୃକ୍ଷରୋପଣ ପାଇଁ ଗାତ ଖୋଳି ଦେଇଥିବା ଅଭିଯୋଗ ହୋଇଛି। ଏହା ବଦଳରେ ଯେଉଁ ପଡ଼ିଆ କେନ୍ଦୁପତ୍ର ଖଳା ପାଇଁ ଦିଆଯାଉଛି ତାହା ଅହୁରି ଦେଢ଼ କିଲୋମିଟର ଦୂର ହେବ, ଯେଉଁଥିପାଇଁ ତୋଳାଳୀ ମାନେ ଉତକ୍ଷିପ୍ତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ସିଜିନାଲ ଷ୍ଟାଫ୍ କେନ୍ଦୁପତ୍ର ସେକ୍ସନ ଅଫିସ ରୁ ବାହାରି ଜଙ୍ଗଲ ବିଭାଗ ଟେରିଟୋରିଆଲ୍ ସେକ୍ସନ ଅଫିସ କୁ ଶୋଭାଯାତ୍ରା ରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରାବାଜି କରିଥିଲେ। ପରେ ରେଞ୍ଜ ଅଧିକାରୀ ଶ୍ରୀମତି ସମ୍ପୃକ୍ତା ବଡନାୟକ୍ ଆନ୍ଦୋଳନ ସ୍ଥଳ କୁ ଆସି ଅନ୍ଦୋଲନକାରୀ ଙ୍କ ସହିତ ଆଲୋଚନା କରିଥିଲେ। ତୋଳାଳୀ ମାନଙ୍କ ସୁବିଧା ମୁତାବକ ବୋଡେନ୍ ଗ୍ରାମ ପାଖ ରେ ବିକଳ୍ପ ପଡ଼ିଆ ଚିହ୍ନଟ ହୋଇ କେନ୍ଦୁପତ୍ର ବିଭାଗକୁ ନ ଦେବା ପର୍ଯ୍ୟନ୍ତ ଚଳିତ ସିଜିନ ରେ ଉକ୍ତ ପୁରୁଣା ପଡିଆରେ କେନ୍ଦୁପତ୍ର ଖଳା କରିବାକୁ ବାଧା ନ ଦେଇ ଅନୁମତି ଦିଆଯାଉ।ଜୁନ ମାସ ଦଶ ତାରିଖ ସୁଦ୍ଧା ପଡ଼ିଆ ଖାଲି ହେଳା ପରେ ବୃକ୍ଷ ରୋପଣ କରାଯିବାକୁ ଟେରିଟରିଆଲ ରେଞ୍ଜ ଅଧିକାରୀ ଶ୍ରୀମତୀ ବଡନାୟକ ରାଜି ହେଳା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଏହି ଆନ୍ଦୋଳନ ରେ ରୁଦ୍ର ନାଗ , ଜଗମୋହନ ମାଝୀ, ଚନ୍ଦ୍ର ଭାନୁ ମାଝୀ, ଗଣେଶ ପ୍ରଧାନ, ଛବିରାମ ମାଝୀ, ରୁକ୍ମିଣୀ ମାଝୀ, କୁନ୍ତୀ ନାଗ ପ୍ରମୁଖ ଙ୍କ ସମେତ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ।
Post a Comment