ନୂଆପଡା,(ଆଜ ତକ୍ ଓଡ଼ିଶା) ସୁଶ୍ରୀ ଲତା ମାଝୀଙ୍କ ନେତୃତ୍ୱରେ ରବିବାର ଦିନ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡାଙ୍କ ଦ୍ୱାରା ଗ୍ରାମ_ସାହିପଲା ଠାରେ ଦ୍ଵିତୀୟ ଜଳଛତ୍ର ର ଶୁଭାରମ୍ଭ ତିରୁ.ହେମକୁମାର ମାଝୀଙ୍କର କର କମଳରୁ ଉତଘାଟିତ କରା ଗଲା ।ସୂର୍ଯ୍ୟଙ୍କର ପ୍ରଖର କିରଣ ଯୋଗୁଁ ପୃଥିବୀ ପୃଷ୍ଠରେ ନିଜର ଅଗ୍ନିରୂପ ତାଣ୍ଡବ ଲୀଳା ଚଳେଇ ଥିବା ସମୟରେ ବାଟୋଇ ଟିଏ ଝାଳ, ଭୋକ, ଶୋଷ ରେ ବ୍ୟାକୁଳ ହୋଇ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବୁନ୍ଦାଏ ଶୀତଳ ଜଳ ମୁହଁରେ ପାନକରି ମନରେ ଶାନ୍ତି ଦେବାପାଇଁ ଜଳଛତ୍ର ସେବା GSST ଦ୍ୱାରା ଆରମ୍ଭ କରାଗଲା ।ଏହି ଶୁଭ ଅବସରରେ GSSTର ସଭାପତି ତିରୁ ବଜରଙ୍ଗ ମାଝୀ, ଶିକ୍ଷା ପ୍ରମୁଖ ତିରୁ ଜିରାଖନ ମାଝୀ, ସୁଶ୍ରୀ ଲତା ମାଝୀ, ତିରୁ ସୁଖନ ମାଝୀ, ତିରୁ ଭାନୁ ମାଝୀ, ଯୁବଶକ୍ତି ତିରୁ ଗଣେଶ ମାଝୀ, ତିରୁ ରୋହିତ ମାଝୀ, ତିରୁ ସୁରଜ ମାଝୀ, ତିରୁ ତୁଷାର ମାଝୀ ସମସ୍ତେ ଉପସ୍ଥିତ ରହି ଏହି ସେବା କାର୍ଯ୍ୟ କୁ ଶୁଭାରମ୍ଭ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ଦ୍ୱତୀୟ ଜଳଛତ୍ର ଗ୍ରାମ ସାହିପଲା ଠାରେ ଉତଘାଟିତ
ଆଜତକ ଓଡ଼ିଶା
0
Post a Comment