ଜୁନାଗଡ଼, (ଧୀରେନ୍ଦ୍ର ସୁନାନୀ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ବରଗଛ ପଡା ଯୁବ ସଂଗଠନ ଦ୍ୱାରା କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଡ୍ୟାନ୍ସ ଧମାକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ କୁମାର ଜାଲ, ସମ୍ମାନୀୟ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷା ହିମାଦ୍ରୀ ନାଏକ, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷିତି, ଉଗ୍ରସେନ କନ୍ଦପାନ,ସପ୍ତେଶ୍ୱର ପାଢି, ଯୁବ ଯାଦବ ନଗର ସଭାପତି କାଶୀନାଥ ଘି, ବିଜେନ୍ଦ୍ର ଗହୀର, ଲଷ୍ମୀ ଗହୀର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । କଳା ଓ ସଂସ୍କୃତି ମଣିଷ ର ଜୀବନ ସହିତ ଜଡିତ ରହିଛି ଏହା ବିନା ମଣିଷ ଜୀବନ ଦୁର୍ବିସହ ହୋଇ ପଡେ ବୋଲି ମୂଖ୍ୟ ଅତିଥି ରଞ୍ଜନ କୁମାର ଜାଲ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତା ରେ ଜୁନାଗଡ଼, ଭବାନୀପାଟଣା, ଧର୍ମଗଡ଼, ଜୟପାଟଣା, କଳମପୁର, କେସିଙ୍ଗା ସମେତ ଛତିଶଗଡ ଅଞ୍ଚଳ ରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଜୟପାଟଣା ର ଜିଙ୍ଗାଲାଲା ଡାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛତିଶଗଡ ର ଗିର୍ଶୁଲ ଦ୍ୱିତୀୟ ସ୍ଥାନ , କୋଟକଟ ର ମା ' ମାଉଳି ଗ୍ରୁପ ତୃତୀୟ ସ୍ଥାନ ପାଇଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ବିଚାରପତି ଭାବେ ମାନସ ରଞ୍ଜନ ସେଠି, ପ୍ରକାଶ ନିଆଲ, ଯୋଗୀନ୍ଦ୍ର ପଟ୍ଟନାୟକ, ଗୋବର୍ଧନ ନାଗ ପ୍ରମୁଖ ଦାୟିତ୍ୱ ତୁଲାଇ ଥିଲେ । ସେହିପରି ଆୟୋଜନ କମିଟି ରେ ଭବାନୀ ପ୍ରଧାନୀ, ତିଳ ନାଏକ, ଟୁନା ନାଏକ, ଗୋପାଳ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରି ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିନୟ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ଦର୍ଶକ ଶେଷ ରାତ୍ର ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ ।

Post a Comment