କୋମନା (ବିରବଲ ପ୍ରଧାନ) ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀ ଠାରେ ଭଗବାନ ଜଗନ୍ନାଥ, ଭଲଭଦ୍ର, ମାତା ସୁଭଦ୍ରା ଙ୍କ ତିନି ଠାକୁର ଙ୍କ ରଥଯାତ୍ରା ବା ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡା ଜିଲ୍ଲା କୋମନା ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କ ରେ ବେଶ ଧୂମଧାମ ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ର କୋମନା ସହର ରେ ମଧ୍ୟ ତିନି ଠାକୁର ଙ୍କ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋମନା ପୋଲିସ iic ସୁମନ୍ତ କୁମାର ନାୟକ, ବିଡ଼ିଓ ହିମାଂଶୁ ଶେଖର ସାମଲ, ତହସିଲଦାର ଙ୍କ ଉପସ୍ଥିତ ରେ ଜୋରଦାର ଭାବରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି, ସ୍ଥାନେ ସ୍ଥାନେ କୀର୍ତନ, ପାରମ୍ପରିକ ନୃତ୍ୟ ଗୀତ, ଘୁମରା ବଜା, ଶଙ୍ଖ, ଘଣ୍ଟ ରେ ପ୍ରକମ୍ପିତ ହୋଇଥିଲା କୋମନା ସହର ବ୍ଲକ ହୋଇଥିବାରୁ ଆଖ ପାଖ ଅଞ୍ଚଳ ର ପ୍ରାୟ 30/ 40 ଗ୍ରାମରୁ ଶ୍ରଦ୍ଧାଲୁ ଏହି ରଥଯାତ୍ରା ରେ ସାମିଲ ହୋଇଥିଲେ । ସେହିପରି କୋମନା ବ୍ଲକ ଶିଆଳଲଟି ଗ୍ରାମରେ ମଧ୍ୟ ଭଗବାନ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ପୁରାତନ କାଳରୁ ଏହି ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏ ବର୍ଷ ମଧ୍ୟ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି । ଗ୍ରାମର ଗୌନ୍ତିଆ ବୈରାଜ ସାହୁ ଛେରା ପହରା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହିତ ଆଖ ପାଖ ଅଞ୍ଚଳ ର ବହୁ ଜଗନ୍ନାଥ ପ୍ରେମୀ ଏହି ରଥଯାତ୍ରା ରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିଲେ ।

Post a Comment