ଖପ୍ରାଖୋଲ ୨୩/୪ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅଧିନସ୍ଥ ଟେଙ୍ଗରାପଥର ଗ୍ରାମରେ ଜଳଉତ୍କଟ ଦେଖିବାକୁ ମିଳିଛି । ବିଦ୍ୟାଳୟ ପାଖରେ ଥିବା ନଳକୂପ ଆଜକୁ ପ୍ରାୟ ଚାରି ମାସରୁ ଉର୍ଦ୍ଧ ସମୟ ହେଲା ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି ।ଏହି ନଳକୂପ ପଡ଼ାର ପାଖାପାଖି ୨୦/୩୦ ପରିବାର ନିର୍ଭର କରିଥାନ୍ତି । ନଳକୂପକୁ ମରାମତି କରିବା ପାଇଁ ଲୋକେ ପଞ୍ଚାୟତ କତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ମରାମତି କରିବା ପରିବର୍ତ୍ତେ ପଞ୍ଚାୟତ କର୍ମକର୍ତ୍ତା ପର ଉପରେ ଦୋଷ ଦେଖାଇ ଚୁପ ହୋଇଯାଉଛନ୍ତି ।ଯାହା ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୁହାସିଂହା ସରପଞ୍ଚଙ୍କୁ ଏବଂ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁ ନଥିବା ପଡ଼ାବାସି କହିଛନ୍ତି । ପଡ଼ାରେ ଥିବା ଲୋକେ ପିଇବା ପାଇଁ କୂଅ,ପୋଖରୀରୁ ପାଣି ସଂଗ୍ରହ କରୁଛନ୍ତି । ଉକ୍ତ ପାଣି ବିଶୁଦ୍ଧ ନ ଥିବାରୁ ସଂକ୍ରମଣ ରୋଗ ବ୍ୟାପିବାର ସମ୍ଭାବନା ରହିଛି । ବର୍ତମାନ ଉତ୍ୟକ୍ତ ରୌଦ୍ରତାପହୋଇଥିବାରୁ ଏହି ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ପଡ଼ାର ସନ୍ତୋଷ କୁମ୍ଭାର, ପଦେ ମହାନନ୍ଦ, ରୋହିତ କୁମ୍ଭାର, ସୁମନ୍ତ ଜାଲ, ସନ୍ତୋଷ ଛତ୍ରିଆ ଦାବି କରିଛନ୍ତି ।
ଟେଙ୍ଗରାପଥର ଗ୍ରାମରେ ନଳକୂଅ ଅଚଳ ;ପାଣିପାଇଁ ଲୋକେ ହନ୍ତସନ୍ତ
ଆଜତକ ଓଡ଼ିଶା
0
Post a Comment