ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ନେଇ ପ୍ରଚାର ପ୍ରସାର ଜୋର, ଭିକେ ପାଣ୍ଡିଆନ ଙ୍କ ନୂଆପଡ଼ା ରେ ନିର୍ବାଚନ ପ୍ରଚାର


ନୂଆପଡ଼ା (ବିରବଲ ପ୍ରଧାନ) ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ନେଇ ପ୍ରଚାର ପ୍ରସାର ଜୋର ଧରିଛି। ଦଳୀୟ ତୁଙ୍ଗ ନେତା ମାନେ ବିଧାନସଭା ସଭା ନିର୍ବାଚନ ମଣ୍ଡଳୀ ରେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ପାଇଁ ନିଜର ବିକାଶ ମୂଳକ କାର୍ଯ୍ୟ ବଖାଣି ଥିବା ବେଳେ ବିଗତ ପାଞ୍ଚ ବର୍ଷ ରେ ବିରୋଧୀ ଙ୍କ ବିଫଳତା ଗଣି ଛନ୍ତି। ନୂଆପଡ଼ା ଜିଲ୍ଲା କୁ ବିଜୁ ଜନତା ଦଳ ପକ୍ଷରୁ ଭି କେ ପାଣ୍ଡିଆନ ଆସି ଗୋତମ ଏୟାର ଷ୍ଟ୍ରିପ ରେ ଅବତରଣ କରି ଖରୀଆର ରୋଡ ଠାରୁ ନୂଆପଡ଼ା କୁ ରୋଡ ସୋ ଅନୁଷ୍ଠିତ ହୋଇଅଛି। ଏହା ପରେ ନୂଆପଡ଼ା ମିନି ଷ୍ଟଡିୟମରେ ଏକ ନିର୍ବାଚନୀ ସଭା କୁ ଉଦବୋଧନ ଦେଇଛନ୍ତି। ସଭା ରେ ନୂଆପଡ଼ା ବିଜେଡ଼ି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଏବଂ କଳାହାଣ୍ଡି ଲୋକସଭା ସାଂସଦ ବିଜେଡ଼ି ଦଳୀୟ ପ୍ରାର୍ଥୀ ଲମ୍ବୋଦର୍ ନିଆଳ ସଭା ରେ ଉଦବୋଧନ ଦେଇଥିଲେ।ନବୀନ ସରକାରଙ୍କ ପାଞ୍ଚ ବର୍ଷ ଏବଂ ବିରୋଧୀ ଙ୍କ ପାଞ୍ଚ ବର୍ଷ ର କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ନୂଆପଡ଼ା କଳାହାଣ୍ଡି ରେ ଏକ ଜାତୀୟ ରାଜପଥର ଦୂରବସ୍ଥା ସାଙ୍ଗକୁ ନୂଆପଡ଼ା ରେ ବିଜୁ ଏକ୍ସପ୍ରେସ ୱେ ପାର୍ଥକ୍ୟ, ନୂଆପଡ଼ା,ମାଲକାନଗିରି ରେ ଓଡ଼ିଶା ବଡ ସ୍ବାସ୍ଥ୍ୟ କେନ୍ଦ୍ର, ନବୀନ ପଟ୍ଟନାୟକ ନୂଆପଡ଼ା କୁ ଭଲ ପଆଉଛନ୍ତିବୋଲି କହିଥିଲେ।

Post a Comment

Previous Post Next Post