ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ , ୭୮୮ ଲୋକ ହେଲେ ଉପକୃତ

ଯୋଗ ଦେଲେ ୧୨ରୁ ଉର୍ଦ୍ଧ ଡାକ୍ତର 



କଣ୍ଟାବାଞ୍ଜି, ମାରୱାଡ଼ି ଯୁବା ମଞ୍ଚ ଓ ମାରୱାଡ଼ି ପ୍ରଗତି ଶାଖା ତରଫ ରୁ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଓ କ୍ରିଷ୍ଣା ବିକାଶ ହସ୍ପିଟାଲ୍ ବରଗଡ଼ ଙ୍କ ସହଯୋଗ ରେ ଆଜି ସ୍ଥାନୀୟ ହରିଭବନ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି,ମାରୱାଡ଼ି ଯୁବା ମଞ୍ଚ ର ସଭାପତି ବିମଳ ଜୈନ ଓ କାର୍ଯ୍ୟକ୍ରମ ସଂଯୋଜକ ମୋହନ ସୋନି ଙ୍କ ନେତୃତ୍ଵ ରେ 
ସ୍ୱର୍ଗୀୟ ସତୀଶ କୁମାର ସୋନି ଙ୍କ ସ୍ମୃତି ରେ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥି ଭାଭେ ସ୍ଥାନୀୟ ତହସିଲଦାର ବିଶନାଥ ଖାଲଖୋ , ସମ୍ମାନିତ ଅତିଥି ଅଗ୍ରୱାଲ ସଭାର ସଭାପତି କୈଳାସ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ବିକାଶ ମେଡିକାଲର ଡ଼ା ଅଜିତ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । 

 ଶିବିରରେ ୭୮୮ ଲୋକ ଉପକୃତ ହୋଇଥିବା ବେଳେ ୫ ରୋଗୀଙ୍କୁ ଆଖି ଅପରେସନ ପାଇଁ ବରଗଡ଼ ପଠା ଯାଇଛି ଅନ୍ୟ ପକ୍ଷରେ ୧୨ ରୁ ଉର୍ଦ୍ଧ୍ବ ଡାକ୍ତର ଏହି ଶିବିର ଯୋଗ ଦେଇଥିଲେ, ଓ ରୋଗୀ ମାନ ଙ୍କ ବିଭିନ୍ନ ରୋଗ ର ମାଗଣା ପରାମର୍ଶ ଦେବା ସହ ସମସ୍ତ ରୋଗୀଙ୍କ ମାଗଣା ରକ୍ତଚାପ, ମଧୁମେହ, ପରୀକ୍ଷା କରାଯିବ ଏହାସହ ଚକ୍ଷୁ ପରୀକ୍ଷା ମଧ୍ୟ ମାଗଣାରେ କରିବା ସହ ଆବଶ୍ୟକ ଔଷଧ ମଧ୍ୟ ମାଗଣାରେ ଦିଆଯାଇଥିଲା , ୨୫ ଜଣିଆ ଟିମ ସେବା ଦେଇଥିବା ବେଳେ ଡାକ୍ତର ପ୍ରଣୟ ପାଣିଗ୍ରାହୀ ଶିଶୁରୋଗ ବିଶେଷଜ୍ଞ,ଡାକ୍ତର ସନ୍ତୋଷ ଟେଟେ ମେଡିସିନ ବିଶେସଜ୍ଞ, ଡାକ୍ତର ରାଜେଶ ଷଡଙ୍ଗୀ କାନ ନାକ ରୋଗ ବିଶେଷଜ୍ଞ, ଡାକ୍ତର ସୌଭିକ ଦଶୁକିଲ ମୁଖ ସର୍ଜରୀ , ଡାକ୍ତର ଶ୍ରଦ୍ଧା ସୁମନ ପାଲ ଦନ୍ତରୋଗ,ଡାକ୍ତର ମନୋଜ କୁମାର ସାହୁ ମୂତ୍ର ରୋଗ ବିଶେଷଜ୍ଞ, ଡାକ୍ତର ମନାଲି ଡେକାରାଜା ଚର୍ମରୋଗ ବିଶେଷଜ୍ଞ,ଡାକ୍ତର ନାରାୟଣ ପ୍ରସାଦ ମିଶ୍ର ଅସ୍ଥିସଲ୍ୟ ବିଶେଷଜ୍ଞ,ଡାକ୍ତର ଯସୋବନ୍ତ୍ ଧନବଲ୍ ଫୁସଫୁସ ଓ ଛାତି ରୋଗ ବିଶେଷଜ୍ଞ, ଡାକ୍ତର ଅମନ୍ ଦାସ ଫିଜିଓଥେରୋପି ସହ ଟିମ୍ ଯୋଗ ଦେଇଥିଲେ,ଏହି ଶିବିର କୁ ସଫଲ କରିବା ପାଇଁ ବିପୁଳ ଆର୍ୟ୍ଯ , ଆରତି ମିତ୍ତଲ, ଦିପା ଜୈନ,ପୂଜା ଅଗ୍ରୱାଲ, ରୁଚିକା ଖଣ୍ଡବାଳ,ଗୋପାଳ ଅଗ୍ରୱାଲ, ନାରାୟଣ ଅଗ୍ରୱାଲ, ଅନୁପ ଅଗ୍ରୱାଲ, ଆଶୁତୋଷ ଖେମକା,ଋଷି ଅଗ୍ରୱାଲ, ମନିଶ ଅଗ୍ରୱାଲ, ରୋହିତ ଲାଠ ସହ ଅନ୍ୟ ମାନେ ସହଯୋଗ କରିଥିଲେ ।

Post a Comment

Previous Post Next Post