ପଥପ୍ରାନ୍ତ ସଭା ଓ ବିଜେପିର ନିର୍ବାଚନୀ ପ୍ରଚାର


ନୂଆପଡ଼ା/ବୋଡ଼େନ (ବିରବଲ ପ୍ରଧାନ),୨୭/୪ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଲର୍କା ଗ୍ରାମପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମରେ ପଥ ପ୍ରାନ୍ତ ସଭା ଏବଂ ବିଜେପିର ଭୋଟ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଜେପି ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ହିତେଶ କୁମାର ବଗର୍ତ୍ତିଙ୍କୁ ହଜାର ହଜାର ସଂଖ୍ୟାରେ ଭଭ୍ୟ ସ୍ବାଗତ ସମର୍ଦ୍ଧନା ଜଣାଇବା ସହ ନାଚ ଗୀତ ସହିତ ପାଛୋଟି ଆଣିଥିଲେ। ସର୍ବ ପ୍ରଥମେ ଗ୍ରାମର ଶ୍ରୀରାମ ମନ୍ଦିର ରେ ପ୍ରଭୁଙ୍କ ଦର୍ଶନ କରିବା ପରେ ଏକ ରୋଡସୋ ମାଧ୍ୟମରେ ଗାଁର ଶତାଧିକ ଲୋକେ ଅନେକ ସଂଖ୍ୟାରେ ସାମିଲ ହୋଇଥିଲେ। ଏତେ ଗ୍ରୀଷ୍ମ ପ୍ରବାହ ତାତିକୁ ଖାତିର ନକରି ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟ ରେ ବୁଝାଇ ଥିଲେ। ଏବଂ ଲୋକଙ୍କୁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ଅନେକ କର୍ମି ସାମିଲ ହୋଇଥିଲେ।

Post a Comment

Previous Post Next Post