ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସିନାପାଲିରେ ମଧୁବାବୁ ଜୟନ୍ତୀ ଅନୁଷ୍ଠିତ


ସିନାପାଲି:୨୮/୦୪- ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ହାଇସ୍କୁଲ ପରିସରସ୍ଥ ଏନସିସି ଗୄହରେ ରବିବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଏନେଇ ରବୀଂଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ରମେଶ କୁମାର ହଂସ, ସିନାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ଓ ସାରସ୍ୱତ ସମିତି ସଭାପତି ବୈଷ୍ଣବ ମେହେର ପ୍ରମୁଖ ମଂଚାସିନ ଥିଲେ । ପ୍ରାରମ୍ଭରେ ଯୁବ କଳାକାର ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ସମସ୍ତଙ୍କୁ ସ୍ୱାଗତ କରିବା ସହ ଜୟନ୍ତୀ ପାଳନର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । ଏହା ପରେ ମଧୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ଯାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏ ଅବସରରେ କଣ୍ଠଶିଳ୍ପୀ ଚୂଡ଼ାମଣି ମେହେର ଓ ନିକୁଞ୍ଜ ବିହାରୀ ସା ମଧୁବାବୁଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷାବିତ ପରେଶନାଥ ପାଣିଗ୍ରାହୀ ମଧୁବାବୁଙ୍କ ପ୍ରେରଣାଦାୟୀ ଜୀବନୀ ପାଠ କରି ଶୁଣାଇଥିଲେ । ଅନ୍ଯମାନଙ୍କ ମଧ୍ଯରେ ସମିତିର ସଂପାଦକ ତରୁଣ କୁମାର ମେହେର, ମୂରଲୀଧର ସା, ବଂଶୀଧର ଜଗତ, ଯଶୋବନ୍ତ ସା, ହରେକୄଷ୍ଣ ମେହେର, ରଶ୍ମିରଞ୍ଜନ ସା, ଭ୍ରମର ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯଶୋବନ୍ତ ସା ଧନ୍ଯବାଦ ଦେଇଥିଲେ।

 ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post