ସିନାପାଲି ପୋଲିସ କୁ ବଡ଼ ସଫଳତା ୩୮ ଲିଟର ମଦ ସହ ୨ ମଦ ମାଫିଆ ଗିରଫ


ନୂଆପଡା ଜିଲ୍ଲା ସିନାପାଲି ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ସୂତ୍ର ରୁ ଖବର ପାଇ ପୃଥକ ଭାବରେ ଦୁଇଗୋଟି ସ୍ଥାନ ରେ ଚ ଡାଉ କରାଯାଇଥିଲା ଏବଂ ଦୁଇଗୋଟି ସ୍ଥାନ ରୁ ଦେଶୀ ମଦ ସହିତ ଦୁଇ ମଦ ମାଫିଆ ଙ୍କୁ ଗିରଫ କରିଛି । ସେମାନେ ହେଲେ ସିନାପାଲି ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମ ର ଥବିର ମାଝୀ ବୟସ - 38 ଓ ମାଣ୍ଡିଆ ରୁଚା ଗ୍ରାମ ର କୁମ ଚନ୍ଦ୍ର ମାଝୀ ବୟସ - 38 । ଏହି ଦୁଇ ଜଣଙ୍କ ଘରୁ ପ୍ରାୟ 48 ଲିଟର ମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଚଢାଉ ସମୟ ରେ ସବ ଇନ୍ସପେକ୍ଟର ବିନୋଦ କୁମାର ସେଠୀ ଓ ସବ ଇନ୍ସ ପେକ୍ଟର ମନୋଜ ସାହୁ ଙ୍କ ନେତୃତ୍ୱ ରେ ଦୁଇ ଗୋଟି ଟିମ ଗଠନ କରି ଚଢାଉ କରାଯାଇଥିଲା ଏବଂ ସିନାପାଲି ଥାନା କେସ ନମ୍ବର 156/24 ଓ 155/24 ରେ ଦୁଇ ମଦ ମାଫିଆ ଙ୍କୁ ଗିରଫ କରୀ କୋର୍ଟ ଚାଲାଣ କରାଯିବ ବୋଲି ସିନାପାଲି ଥାନା ଅଧିକାରି ଶ୍ରୀମତୀ ରଶ୍ମିତା ପ୍ରଧାନ କହିଛନ୍ତି ।

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ ।

Post a Comment

Previous Post Next Post