କୋମନା:-(ବିରବଲ ପ୍ରଧାନ)ନୁଆପଡ଼ା ଜିଲ୍ଲା କୋମନା ବନ ବିଭାଗ ଆଜି ଲକ୍ଷାଧୂକ ଟଙ୍କାର ମୂଲ୍ୟବାନ କାଠ ସହ ଗାଡି ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ କୋମନା ବନ୍ ବିଭାଗ ତରଫରୁ ବେଆଇନ ଭାବରେ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ କୋମନା ରେଞ୍ଜର ଦେବଦତ୍ତ ସୂତାରଙ୍କ ନେତୃତ୍ବରେ ଫରେଷ୍ଟର ଗୋପାଳ ମହାନନ୍ଦ, ସମୀର କୁମାର ଠାକୁର, ସହଯୋଗୀ ଉତ୍ତମ ମେହେର, ଶଶିଧର ଟାଣି, ଜୟଦେବ ସାହୁଙ୍କ ସମେତ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ହଳନ ଭଟା ଗାଁରୁ ଏକ ପିକ୍ଅପ ଗାଡି (ନମ୍ବର ଓଆର୦୩ ଇ-୧୦୬୧) ଯୋଗେ ଲକ୍ଷାଧିକ ଟଙ୍କାର ଖଇର କାଠ ଭିଲେଇ ଯାଉଥିଲା I ଫଳରେ କୋମନା ବନ ବିଭାଗ ପିଛା କରି କୋମନା ବ୍ଲକ ଡୁଙ୍ଗରି ପାଲି ଗାଁ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଖଇରକାଠ ଥିବା ଦେଖୁଥିଲେ | ଗାଡ଼ି ଜବତ କରି ବନ କାର୍ଯ୍ୟାଳୟକୁ ଆଣି ଚାଲକ ହଲନ ଭଟା ଗାଁର ସମୃତ୍ ମାଝୀଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ଥୂବା ରେଞ୍ଜର ଶ୍ରୀ ସୂତାର ପ୍ରକାଶ କରିଛନ୍ତି।
Post a Comment