ଜଳେଶ୍ବର, ୪/୬ (ଜଗନ୍ନାଥ ଗୋଛାୟତ) ପଶ୍ଚିମବାର୍ଡ ଗ୍ରାମ ପଞ୍ଚାୟତ ଅଧୀନ ଦେବକୁମାର ଗ୍ରାମ ର ଚଣ୍ଡିମାତା କ୍ଳବ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଗ୍ରାମର ବରିଷ୍ଠ ଶିକ୍ଷକ ସୁକୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ତଥା ଉଦ୍ଦଘାଟକ ଭାବେ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଯୋଗ ଦେଇ ତ୍ୟାଗ ଓ ସେବାକାର୍ଯ୍ୟ କୁ ମୂଳମନ୍ତ୍ର ରୂପେ ଗ୍ରହଣ କରି ସମାଜର ଶାନ୍ତି ତଥା ପ୍ରଗତିର ସହାୟକ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କୁ ଡକାଇ ପୂଜ୍ୟ ପୂଜାର କାର୍ଯ୍ୟକ୍ରମ ହୋଇଥିଲା। ମହିଳା ସଶକ୍ତିକରଣରେ ଭାଗ ନେଇଥିବା ଅଗ୍ରଣୀ ମହିଳା ମାନଙ୍କୁ ଡକାଇ ସମ୍ମାନିତ କରା ଯିବା ସହ ଅଞ୍ଚଳରେ ଥିବା କୁନି ପ୍ରତିଭା ଚୟନ କରାଯାଇ ପୁରସ୍କୃତ କରା ଯାଇଥିଲା। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୁୟା ପ୍ରଧାନ ବକ୍ତବ୍ୟରେ ନିଶା ନିବାରଣ ର ଆହ୍ଵାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା, ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ମିନତୀ ଜେନା, ବିଷ୍ଣୁପଦ ପାତ୍ର, ଦିଲ୍ଲୀପ କୁମାର ସାମଲ, ସମାଜସେବୀ ଲେଲିନ୍ କୁମାର ପ୍ରଧାନ, ରବିନ୍ଦ୍ର ରାୟ, ଶ୍ରୀମନ୍ତ ପ୍ରଧାନ, ପିତାମ୍ବର ପ୍ରଧାନ, କ୍ଳବ ର ସଭାପତି ଅଶୋକ କୁମାର ବେହେରା ଓ ସମ୍ପାଦକ ରବୀନ୍ଦ୍ର ଦଳାଇ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। କ୍ଳବ୍ ଜରୀଆରେ ରକ୍ତଦାନ ଶିବିର, ଗାଆଁ ଗହଳିରେ ପରିଷ୍କାର ପରିଚ୍ଛନ୍ନ ଓ ସଫେଇ କାର୍ଯ୍ୟକ୍ରମ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଦି କରିବା ପାଇଁ କ୍ଲବର ସଦସ୍ୟ ମାନେ ଅଙ୍ଗୀକାର କରିଥିଲେ। ସୃଷ୍ଟିଧର ଦଳାଇ ମଞ୍ଚ ଆହ୍ଵାନ କରିଥିଲେ। ବିଜୟ ମାଝି, ପ୍ରଭାକର ଦଳାଇ, ଅଜୟ ମାଝି, ଶମ୍ଭୁନାଥ ଦଳାଇ, ତପନ ଦଳାଇ, ରତନ ଦଳାଇ, ରଞ୍ଜନ ବେହେରା, ଚନ୍ଦନ ମାଝି, ଗୋପାଳ ମାଝି, ଯଦୁନାଥ ବେହେରା, ସୁରଥ ବେହେରା, ବିଦୁଲୋଚନ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଚଣ୍ଡିମାତାଙ୍କ ପୂଜାର୍ଚ୍ଚନା ସହ ଭାଇଚାରା ସୃଷ୍ଟି ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ଶେଷରେ ଅଶୋକ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment