ତୁରେକେଲା କ୍ଳଷ୍ଟର ଶିକ୍ଷକଙ୍କ କ୍ଷେତ୍ର ପରିଦର୍ଶନ


କଣ୍ଟାବାଞ୍ଜି/ତା.୧୧/୦୩ (ଆଜତକ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ କ୍ଷେତ୍ର ପରିଦର୍ଶନ ଓ ଅଧ୍ୟୟନ ପରିଭ୍ରମଣରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ଲୋୟର ଇନ୍ଦ୍ର ପ୍ରୋଜେକ୍ଟ ତିଖାଲି ଡ୍ୟାମକୁ ଯାଇଥିଲେ।ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଳଷ୍ଟରର ଚାଳିଶରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ବସ ଯୋଗେ ଯାଇଥିଲେ।ସେଠାରେ ପହଞ୍ଚି ଡ୍ୟାମ ପରିଦର୍ଶନ କରିଥିଲେ।ତାପରେ ଆୟୋଜିତ ସଭାରେ ଶ୍ରୀ ଦାଶ ଜଣା ଅଜଣା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ।ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ ଉତ୍ତର ଦେଇଥିଲେ ସେମାନଙ୍କୁ ପୁରସ୍କୃତ କରିଥିଲେ।ତାପରେ ବୁଢୀବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୁଣନିଧି ମେହରଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଉକ୍ତ ସଭାରେ ଶିକ୍ଷୟିତ୍ରୀ ଶ୍ରୀମତୀ ଡାଳିମ୍ବ ମେହେର ସଭାପତି , ବିଆରସିସି ଶ୍ରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି ଓ ମାନ୍ଦଲା କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ନିର୍ଝରିଣୀ ତରଫରୁ ନିଆରା ସଂପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେଥିରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ବିଭିନ୍ନ ଖେଳ ଯଥା  ବାଟି ଚାମଚ, ବେଲୁନଫୁଙ୍କା,ମ୍ୟୁଜିକ ଚେୟାର ଆଦି ଖେଳରେ ଭାଗ ନେଇଥିଲେ।ବିଜେତା ମାନଙ୍କୁ ଶ୍ରୀ ଦାଶ ପୁରସ୍କାର ପ୍ରଦାନ କରିଥିଲେ।ଏହି କ୍ଷେତ୍ର ପରିଦର୍ଶନରେ ଶିକ୍ଷକ ସୁରୁମଣି ମେହେର, ଦେବ ବଗର୍ତ୍ତୀ,ପୀତାମ୍ବର ଲୁହା, କୁନି ସାହୁ,ସୁଭଦ୍ରା ମେହେର, ପ୍ରଫୁଲ୍ଲ ମାଝୀ, ପାର୍ଥବ ମହାନନ୍ଦ, ଭ୍ରମରବର ମହାପାତ୍ର, ମାନସ ଜାଲ,ରାଜୀବ ଦାସ, ବିମଳ ଧରୁଆ, ପୂର୍ଣ୍ଣ ପନିକା,ରବୀନ୍ଦ୍ର ରଥ,ଟିକେଶ୍ୱରୀଛ ସେଠ,ରଜନୀ ମେହେର, ବିନୋଦିନୀ ତାଣ୍ଡି, ମାଧବୀ ସାହୁ, ସୁନୀଲ ସଲତାର,ସୂର୍ଯ୍ୟରାମ ମାଝୀ,ଗୋପାଳ ଧରୁଆ,ଧର୍ମବନ୍ତୀ ପୁଟା,ନିବେଦିତା ବାରିକ, ସୁପ୍ରଭା ବରାଳ,ଡମ୍ବରୁ ମେହେରଆଦି ଯାଇଥିଲେ।

Post a Comment

Previous Post Next Post