ନୂଆପଡ଼ା ସ୍ବଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ


ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମଙ୍ଗଳବାର ଦିନ ନୂଆପଡ଼ା ଜିଲ୍ଲା ସଦର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନୂଆପଡ଼ା ଜିଲ୍ଲା ସ୍ବଭିମାନ ମଞ୍ଚ ପକ୍ଷରୁ ସକାଲ ୬ଟାରୁ ଏହା ଆରମ୍ଭ ହୋଇଛି। ନୂଆପଡ଼ା ସଦର ସ୍କୁଲ, କଲେଜ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏହି ବନ୍ଦରେ କୌଣସି ପ୍ରଭାବ ପଡ଼ି ନାହିଁ। କେବଳ ସଦର ସମସ୍ତ ଦୋକାନ ବାଜାର, ସରକାରୀ ଅଫିସ ବନ୍ଦ କରିବାକୁ ଡାକାବାଜ ଯନ୍ତ୍ରରେ ଲୋକମାନଙ୍କୁ ସଚେତନା କରୁଛନ୍ତି।

ଅନ୍ୟପଟରେ ୩୫୩ ନଂ ଜାତୀୟ ରାଜପଥ ଘାସିରାମ ଛକ ଠାରେ ରାସ୍ତା ଅବରୋଧ କରିଥିବା ଫଲରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିବାରୁ ଯାତ୍ରୀ ମାନେ ହନୁସନ୍ତ ହେଉଛନ୍ତି। ପ୍ରକାଶ ଯେ ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ ମନ୍ତ୍ରୀ ହେବା ପରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ନେଇ ଅଭିଯୋଗ ହେଉଛି। ତାଙ୍କ ବିରୋଧରେ ସିବିଆଇ ତଦନ୍ତ କରାଯାଉ ବୋଲି ମଞ୍ଚର ଆବାହାକ ମନୋଜ ମିଶ୍ର, ସରୋଜ ସାହୁ, ହରିଶ୍ଚନ୍ଦ୍ର ପଣ୍ଡା, ଭାନୁ ପ୍ରତାପ ସିଂ ମାଝୀ,ହେମନୁ କର ଓ ଅନ୍ୟାନ୍ୟ ମାନେ ସୂଚନା ଦେଇଛନ୍ତି।

Post a Comment

Previous Post Next Post