ଜୀବ ମଧ୍ୟେ ଦୟା : ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା


ଉଲୁଣ୍ଡା (ଆଜତକ୍ ଓଡ଼ିଶା) ଉଲୁଣ୍ଡା ବ୍ଲକ ନାକଡେଇଁ ଜଙ୍ଗଲ ରେ ଆଜି ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ ଉପସ୍ଥିତ ରହି ଯୁବକ ମାନଙ୍କୁ   ଉତ୍ସାହିତ କରିବା ସହ ଏଭଳି ମହାନ୍ କାର୍ଯ୍ୟ ଆଗେଇ ନେବା ପାଇଁ  କହିଥିଲେ।  ଦିନକୁ ଦିନ ଖରାର ତୀବ୍ରତା ବଢ଼ି ଚାଲିଛି ।

ଏବର୍ଷ ଅଧିକ ଖରା ହେବାର ସମ୍ଭାବନା ଅଛି ଯାହା ଫଳରେ ପକ୍ଷୀମାନେ ଶୋଷରେ ଡହଳ ବିକଳ ହେଉଛନ୍ତି। ଖରାର ତୀବ୍ରତାକୁ ଦୃଷ୍ଟି ରେ ରଖି ନାଗେଶ୍ୱର ଯୁବକ ସଂଘ ପକ୍ଷରୁ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛନ୍ତି।  ୩୫ ଟି ମାଟି ପାତ୍ରରେ ପାଣି ଭର୍ତି କରି ଗଛର ଶାଖାରେ ବାନ୍ଧି ଦେଇଛନ୍ତି ଯାହା ଦ୍ଵାରା ଏହି ମାଟି ପାତ୍ରରୁ ପକ୍ଷୀମାନେ ପାଣି ପିଇ ଶୋଷ ମେଣ୍ଟାଇ ପାରିବେ। ସଂଘର ସମସ୍ତ ସଦସ୍ୟ ଗ୍ରୀଷ୍ମ ଋତୁର ଶେଷ ପର୍ଯ୍ୟନ୍ତ ପକ୍ଷୀମାନଙ୍କୁ ପାଣି ଯୋଗାଇଦେବେ ବୋଲି ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଦେଶ ଥନାପତି, ପିଣ୍ଟୁ ପଧାନ, ସଞ୍ଜୀବ ପଧାନ, ନାରାୟଣ ଦେହେରୀ, କାଳିଆ ମୁଦୁଲି, ଦିଲ୍ଲୀପ ଦେହେରୀ  ଆଦି ଏଭଳି ମହାନ୍ କାର୍ଯ କରିବାରୁ ବୁଦ୍ଧିଜୀବି ଓ ପ୍ରକୃତି ପ୍ରେମୀମାନେ ପ୍ରଶଂସା କରିଛନ୍ତି।

Post a Comment

Previous Post Next Post