ତୁରେକେଲା ଆଶ୍ରମ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର


କଣ୍ଟାବାଞ୍ଜି ୧୨/୦୩ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ଆଶ୍ରମ ବିଦ୍ୟାଳୟରେ  ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଥିଲା।ଭୀମଭୋଇ ଭେଷଜ ମହାବିଦ୍ୟାଳୟ ବଲାଙ୍ଗୀରର  ବହୁମୁଖୀ ଡିସିପ୍ଳିନାରି ଗବେଷଣା ୟୁନିଟ ଆନୁକୂଲ୍ୟରେ  କିଶୋରୀ ଆଦିବାସୀଙ୍କ ରକ୍ତହୀନତା ପ୍ରକଳ୍ପ ଅନୁସାରେ କିଶୋରୀ ବାଳିକା ମାନଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା।ଆଦିବାସୀ ଅଧ୍ୟୁଷିତ  ଅଂଚଳରେ ଥିବା ସୁଷମ ଖାଦ୍ୟାଭାବ ଜନିତ ରକ୍ତହୀନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।ତାର ନିରାକରଣ ଓ କାହିଁକି ହେଉଛି ତାହାରି ଉପରେ ଗବେଷଣା କରିବା ଉଦ୍ଦେଶ୍ୟରେ ବଲାଙ୍ଗୀରରୁ ଡାକ୍ତର ଶରତଚନ୍ଦ୍ର ନାଗ,ଡାକ୍ତର ପ୍ରିୟଦର୍ଶିନୀ ଶତପଥୀ, ଡାକ୍ତର ଦୀପକ ପୁଝାରି,ଡାକ୍ତର ତଥା ବୈଜ୍ଞାନିକ ପ୍ରୀତି ଦାଶ,ପ୍ରଗଳ୍ଭା ଜୟସିଂଗ ଯୋଗ ଦେଇଥିଲେ।ଏହି ଶିବିରକୁ ସଫଳ କରିବାରେ ତୁରେକେଲା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ରତ୍ନାମଣି ବରାଳ,  ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦ, ତୁରେକେଲା ଆଞ୍ଚଳିକ ସାଧନକର୍ମୀ ବିରଞ୍ଚି ନାରାୟଣ ଦାଶ, ଶିକ୍ଷକ ଗୋପାଳ ଧରୁଆ, ସୂର୍ଯ୍ୟମଣି ସିଠ,ଅଙ୍ଗନବାଡ଼ି କର୍ମୀ ଦିବାନୀ ରଣା,କୌଶଲ୍ୟା ନାଗ ସହଯୋଗ କରିଥିଲେ।

Post a Comment

Previous Post Next Post