ଦୁର୍ନିତି ରେ ଲିପ୍ତ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ


ନୂଆପଡ଼ା:-(ବିରବଲ ପ୍ରଧାନ)ନୂଆପଡ଼ା ସାଧାରଣ ନିର୍ବାଚନ ପାଖେଇ ଅସୁଥିବା ବେଳେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି। ଶନିବାର ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ବିଜେଡି ଦଳୀୟ କର୍ମୀମାନେ ସଂଗିନ ଅଭିଯୋଗ ଆଣିଥିଲେ | ଏହା ପରେ ନୂଆପଡ଼ା ରାଜନତିରେ ହଲଚଲ ସୃଷ୍ଟି ହୋଇଥିବା ବେଳେ ସୋମବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ସୁରେଶ ଆଜାଦଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଢୋଲକିଆ ବିଭିନ୍ନ ଦୁର୍ନୀତି ସହ ସଂପୃକ୍ତ ଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ସେଥିପାଇଁ ଶ୍ରୀ ଢୋଲକିଆ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଆହୁରି କହିଛନ୍ତି ଯେ, ବିଧାୟକ ଶ୍ରୀ ଢୋଲଳିଆ ମନ୍ତ୍ରୀ ହେବା ଦିନରୁ ଅନ୍ୟାୟ, ଅତ୍ଯାଚାର ଓ ପିସି କାରବାର ବଢି ଚାଲିଛି। ବିଗତ ଦିନରେ ମନ୍ତ୍ରୀଙ୍କ ସ୍କୁଲରେ ଅନ୍ଵେଷା ଯୋଜନା ଦୁର୍ନୀତି, ରକ୍ଷୁ ଚିକିତ୍ସା, ଛାତ୍ରଛାତ୍ରୀ ମାନଙ୍କ ପୋଷା ବଣ୍ଟନ,ରାଇପୁରର ଘରୋଇ ଡାକ୍ତରଖାନାଗୁଡ଼ିକ ସହ ମିଶି ବିଏସ୍‌ କେ ୱାଇ ଯୋଜନା, ଧାନମଣ୍ଡିରେ କଟନି ଛଟନି ଦୁର୍ନୀତି ହୋଇଛି । ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତି  ରହିଥିବା ଶ୍ରୀ ଆଜାଦ୍‌ ଅଭିଯୋଗ କରିଛନ୍ତି| ଲୋୟରଇନ୍ଦ୍ର ପ୍ରକଳ୍ପରେ ନିଜ ଭାଇ ଓ ପୁତୁରାଙ୍କ ନାମରେ ଜାଲ କାଗଜପତ୍ର କରି ଟଙ୍କା ଉଠାଣ କରି ଧରାପଡ଼ିବାରୁ ପୁଣି ଟଙ୍କା ଫେରସ୍ତ କରିଥିବା ସେ ଅଭିଯୋଗ କରିଛନ୍ତି ଏହା ଉପରେ ରାଜ୍ୟ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ଶ୍ରୀ ଢୋଲକିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ମଧ୍ୟ ଜୋରଦାର ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଆଜାଦ ସୂଚନା ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସଂପାଦକ ଅଭୟ ଯୋଷୀ, ଦେବଦତ୍ତ ଦୀକ୍ଷିତ, ଗୋବିନ୍ଦ ସିଂ ଠାକୁର, ସଂପାଦକ ରାଜେଶ ପ୍ରଧାନ, ନୂଆପଡ଼ା ବ୍ଲକ୍ କଂଗ୍ରେସ ସଭାପତି ଚୁନୁ ଶବର, ସଦର ସଭାପତି କୁଳଦୀପ ସୂରଜ, ଉପସଭାପତି ମେହେମୁଦ ଅଲ୍ଲୀ, ଅନିଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

Post a Comment

Previous Post Next Post