ନୀଳଚକ୍ର ସାହିତ୍ୟ ସୃଜନୀ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ଶିବକୃପା ସମ୍ମାନ" ପ୍ରଦାନ


କୋରାପୁଟ : (ଆଜତକ୍ ଓଡ଼ିଶା) ପବିତ୍ର ମହାଶିବରାତ୍ରି ଉପଲକ୍ଷେ ନୀଳଚକ୍ର ସାହିତ୍ୟ ସୃଜନୀ ପକ୍ଷରୁ ଆୟୋଜିତ କବିତା ପ୍ରତିଯୋଗୀତାରେ କୋରାପୁଟର ଯୁବ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ମାନିତ ସ୍ୱରୂପ ପ୍ରଶଂସା ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି l ଅନୁଷ୍ଠାନ ତରଫରୁ ଆୟୋଜିତ କବିତା ଶୀର୍ଷକ "ଚାରିଯୁଗେ ମହେଶ୍ୱର" ରଖାଯାଇଥିଲା l ଏହି ଅବସରରେ ଓଡିଶାର ବିଭିନ୍ନ କୋଣଅନୁକୋଣରୁ ବହୁ କବି ଏବଂ କବୟିତ୍ରୀ ଯୋଗଦେଇ ନିଜ ନିଜର ସାରସ୍ୱତ ସୃଷ୍ଟି ବାଢିଥିବା ଦେଖିବାକୁ ମିଳିଥିଲା l ଏହି ପ୍ରରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାର ଯୁବ ଅଧ୍ୟାପକ ତ୍ରିନାଥ  ପଟ୍ଟନାୟକ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଅଛି l ଏହି ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଏକ ବିଶିଷ୍ଟ କବି, ସମାଜସେବୀ ତଥା ଅଧ୍ୟାପକ ଅଟନ୍ତି l ଏହି ଅବସରରେ ଅନୁଷ୍ଠାନ ତରଫରୁ ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ "ଶିବକୃପା ସମ୍ମାନ"ରେ ସମ୍ମାନିତ କରାଯାଇଥିବା ସହ ଅନୁଷ୍ଠାନ ତରଫରୁ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଭଗବାନ ମାଝୀ ଶୁଭେଚ୍ଛା ଜଣେଇବା ସହ ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା ପ୍ରଭୁ ଜଗନ୍ନାଥଙ୍କ ନିକଟରେ କରିଅଛନ୍ତି l

Post a Comment

Previous Post Next Post