ନୂଆପଡ଼ା:- (ବିରବଲ ପ୍ରଧାନ)ନୂଆପଡା ଜିଲ୍ଲା କୋମନା ଥାନା ବୁଦ୍ଧିକୋମନା ପଞ୍ଚାୟତ ସ୍ଥିତ ଡୋଙ୍ଗରିପାଲି ଗାଁର ଜଣେ ଯୁବକ ତେଳେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଷରେ ଆସି ମୃତ୍ୟୁ ଘଟିଛି । ମୃତକ ହେଲେ ଡୋଙ୍ଗରିପାଲି ଗାଁର ନାରାୟଣ ସିନ୍ଦୂର (୪୮) । ଗତ ନଭେମ୍ବର ମାସରେ ଖରିଆରରୋଡ ର ଦାଦନ ସର୍ଦାର ବୁଲୁ ନାଏକ ଙ୍କ ସହ ତେଲେଙ୍ଗାଳା ମଦାପୁର ଗାଁ ରବି ମୁଳାବଦଙ୍କ ଇଟାଭାଟି କୁ ଇଟା ତିଆରି କରିବା ପାଇଁ ଯାଇଥିଲେ । ଗତ ୨୭ ତାରିଖ ବୁଧବାର ରାତ୍ରି ପ୍ରାୟ ୧୧ ଟା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ଫୋନ ଯୋଗେ ପରିବାର ଲୋକ ଖବର ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲା ଙ୍କୁ ମୃତଦେହ ଗାଁ କୁ ଆଣିବା ପାଇଁ ନିବେଦନ କରିଛନ୍ତି । ସେ ଜଣେ ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘରେ ମୃତକଙ୍କ ପୁଅ ଗୋବିନ୍ଦା ସିନ୍ଦୂର (୨୨) ଓ ୮୦ ବର୍ଷିୟା ବାପା ଉଗ୍ର ସିନ୍ଦୁର,ମାଆ ରାହାସ ସିନ୍ଦୁର ଅଛନ୍ତି । ଗରିବ ଅସହାୟ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକ ଓ ସଂପର୍କିୟମାନେ ଦାବି କରିଛନ୍ତି ।

Post a Comment