ସିନାପାଲି:୨୮/୦୩- ନୂଆପଡ଼ା ଜିଲ୍ଲା ସାନାପାଲି ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ଗ୍ରାମରେ ବିଶ୍ୱ ନାଟ୍ଯ ଦିବସ ପାଳନ କରାଯାଇଛି ା ଯୁବ କଳାକାର ଭୀଷ୍ମରାଜ ମେହେରଙ୍କ ଉଦ୍ଯମ ଓ ଗ୍ରାମବାସୀଙ୍କ ସହଯୋଗରେ ଏନେଇ ଆୟୋଜିତ ସଭାରେ ଗଦାଧର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ଯଅତିଥି ରାମଗଡ଼ ବିକାଶ କମିଟିର ସଭାପତି ରାହାସ ବିହାରୀ ମେହେର, ସ୍ୱତଂତ୍ର ଅତିଥି ସଂସ୍କୃତ ଶିକ୍ଷକ ସନ୍ଯାସୀ ଦାସ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଏବିଇଓ ମୁକୁନ୍ଦ ମେହେର, ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମେହେର ଯୋଗଦେଇଥିଲେ ା ଏହି ଅବସରରେ ବିଶ୍ୱ ନାଟ୍ଯ ଦିବସର ମହତ୍ୱ ସହ "ରାମଗଡ଼କୁ ପୁଣି ଆସିବେ ରାମ" ଶୀର୍ଷକରେ ବକ୍ତା ମାନେ ଆଲୋଚନା କରି କଳା ମାଧ୍ଯମରେ ହିଁ ସମାଜରେ ଶୃଙ୍ଖଳା ଆସିବ ବୋଲି ମତ ବ୍ଯକ୍ତ କରିଥିଲେ ା ନାଟ୍ଯକାର ଭୀଷ୍ମରାଜ ମେହେରଙ୍କ ରଚିତ ସ୍ର୍କିପ୍ଟ "ଫେର୍ ରାମ ଆସବେ"କୁ ଅତିଥିମାନେ ଊନ୍ମୋଚନ କରିଥିଲେ ା ପ୍ରାରମ୍ଭରେ ଟିକେରାମ ମେହେର ଅତିଥିଙ୍କୁ ମଂଚକୁ ଆମଂତ୍ରଣ କରିଥିବା ବେଳେ ଝାଙ୍କର ସଦାନନ୍ଦ ଭୋଇଙ୍କ ଦ୍ୱାରା ପୂଜାପାଠ ପରେ କାର୍ଯ୍ଯକ୍ରମର ଶୁଭାରମ୍ଭ କରାଯାଇଥିଲା ା ଘୁମୁରା ବାଦକ ଭୂପସିଙ୍ଗ ଭୋଇ ଓ ସାଥିଙ୍କୁ ମଂଚରେ ସମ୍ମାନିତ କରାଯାଇଥିଲା ା ଗୁରୁ ଗଣେଶରାମ ଖର୍ସେଲ, ଭବେଶ ମେହେର ନିଜ ମହିଳା ଦଳକୁ ନେଇ ସଂକୀର୍ତ୍ତନ ଓ ସୀମା ମେହେର ଏବଂ ଟେରେଶା ମେହେରଙ୍କ ଦ୍ବାରା ନୃତ୍ଯାଭିନୟ ପରିବେଷଣ କରିଥିଲେ କାର୍ଯ୍ଯକ୍ରମ ଦେଖିବାକୁ ଅଂଚଳର ଶତାଧିକ କଳାପ୍ରେମୀ ବିଳମ୍ବିତ ରାତି ଯାଏଁ ଉପସ୍ଥିତ ଥିଲେ ।
ନୁଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment