ଜୀବନ୍ତ ବଜ୍ରକାପ୍ତା ବିକ୍ରିବେଳେ ଏସ୍ ଟି ଏଫ ହାତରେ ଦୁଇଜଣଧରାପଡିଲେ


 ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଥାନା ନିକଟରୁ ଜିବନ୍ତ ବଜ୍ରକାପ୍ତା ଡିଲ ବେଳେ ଧରିଲା ଏସଟିଏଫ ଟିମ । ଏହି ଘଟଣାରେ ଦୁଇ ଜଣ ଯୁବକ ଓ ଗୋଟିଏ ୮କେଜି ଓଜନର ଜିବନ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିଛି ଏସଟିଏଫ ଟିମ । ଏହି ଦୁଇ ଜଣ ଯୁବକ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସଂଙ୍ଗା ଥାନା ସଂକୁଆ ଗାଁର ଅଶୋକ ବିଶି ଓ ଡୁଡୁକା ଗାଁର ଜୟ କୁମାର ପଟେଲ ବୋଲି ଜଣା ପଡିଛି । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଡୁଙ୍ଗୁରିପାଲି ଥାନା ସମ୍ବୁଖରେ ଡିଲ ବେଳେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏମାନଙ୍କ ଠାରୁ ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଛି । ବଜ୍ରକାପ୍ତା ଟିକୁ ଉଦ୍ଧାର କରିବା ପରେ ବିନିକା ବନବିଭାଗ କୁ ହସ୍ତାନ୍ତର କରାଯାଇଛି ।

Post a Comment

Previous Post Next Post